ଗୁଜରାଟ ନିର୍ବାଚନ; ଇଶୁଦାନ ଗଡଭିଙ୍କୁ ଏଏପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କଲେ କେଜ୍ରିୱାଲ

ଗୁଜରାଟ ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ରହିଛି। ଇତିମଧ୍ୟରେ ଶୁକ୍ରବାର ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁଜରାଟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନାମ ଘୋଷଣା କରିଛନ୍ତି। କେଜ୍ରିୱାଲ ଇଶୁଦାନ ଗଡଭିଙ୍କୁ ଏଏପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି।
ଗୁଜରାଟବାସୀ ସେମାନଙ୍କର ମୁଖ୍ୟମନ୍ତ୍ରୀ ବାଛିଛନ୍ତି। ମୁଖ୍ୟମନ୍ତ୍ରୀ ପଦ ପାଇଁ ଆମେ ରାଜ୍ୟବାସୀଙ୍କଠାରୁ ମତାମତ ଲୋଡିଥିଲୁ। ଯେଉଁଥିରେ ୭୩ପ୍ରତିଶତ ଲୋକ ଗଢ଼ଭିଙ୍କ ନାମ ବାଛିଥିଲେ। ପ୍ରାୟ ୧୬ଲକ୍ଷ ୪୮ହଜାର ଲୋକଙ୍କ ମତାମତ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। ବୋଲି କେଜ୍ରିଓ୍ବାଲ କହିଛନ୍ତି। ସୂଚନାଯୋଗ୍ୟ,ଇଶୁଦାନ ଗଢ଼ଭି ବୃତ୍ତି ଅନୁଯାୟୀ ଜଣେ ସାମ୍ବାଦିକ ଥିବା ବେଳେ ୨୦୨୧ ଜୁନ ୧୪ରେ ସେ ରାଜନୈତିକ କ୍ୟାରିୟରରେ ପାଦ ଥାପିଥିଲେ। ଅରବିନ୍ଦ କେଜ୍ରିଓ୍ବାଲଙ୍କ ଉପସ୍ଥିତିରେ ସେ ଏଏପି ଦଳରେ ସାମିଲ ହୋଇଥିଲେ।