ଜାଣନ୍ତୁ ନଭେମ୍ବର ମାସରେ ରାଶି ଉପରେ କଣ ରହିବ ପ୍ରଭାବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗ୍ରହର ଚଳନ ବଦଳିବା ଦ୍ଵାରା କିଛି ରାଶି ଗୁଡିକ ଉପରେ ଶୁଭ ପ୍ରଭାବ ପଡ଼ିବ ତ ଆଉ କିଛି ରାଶି ଗୁଡ଼ିକୁ ସତର୍କ ରହିବାର ଆବଶ୍ୟକତା ରହିଛି।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ଚଳନ ଆମ ଜୀବନରେ ଗଭୀର ପ୍ରଭାବ ପକାଇ ଥାଏ। ନଭେମ୍ବର ମାସରେ ୫ଟି ଗ୍ରହ ନିଜର ସ୍ଥିତି ପରିବର୍ତ୍ତନ କରିବେ। ଏହି ଗ୍ରହ ମାନଙ୍କର ସ୍ଥିତି ପରିବର୍ତ୍ତନ ହେବା ଦ୍ବାରା କିଛି ରାଶିର ଲୋକଙ୍କ ଉପରେ ଶୁଭ ପ୍ରଭାବ ପଡ଼ିବ ଏବଂ କିଛି ରାଶିର ଲୋକଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି।

ଏହି ଗ୍ରହର ହେବ ରାଶି ପରିବର୍ତ୍ତନ –

ସୂର୍ଯ୍ୟ ତୁଳା ରାଶିରୁ ବିଛା ରାଶିକୁ ପ୍ରବେଶ କରିବେ।

ଶୁକ୍ର ଗ୍ରହ ନିଜର ସ୍ୱରାଶି ତୁଳାରେ ପ୍ରବେଶ କରିବ।

୩ ନଭେମ୍ବରକୁ ବୁଧ ତୁଳା ରାଶିରେ ମାର୍ଗୀ ହେବେ। ୨୮ ନଭେମ୍ବରକୁ ବୁଧ ବିଛା ରାଶିରେ ଗୋଚର କରିବ।

ମଙ୍ଗଳ ମୀନ ରାଶିରେ ମାର୍ଗୀ ହେବେ।

ବୃହସ୍ପତି ମକର ରାଶିରେ ପ୍ରବେଶ କରିବ।

ସୂର୍ଯ୍ୟ – ସୂର୍ଯ୍ୟ ୧୬ ନଭେମ୍ବରକୁ ତୁଳା ରାଶିରୁ ବିଛା ରାଶିକୁ ପ୍ରବେଶ କରିବେ ଏବଂ ୧୫ ଡିସେମ୍ବର ପର୍ଯ୍ୟନ୍ତ ଏହି ରାଶିରେ ରହିବେ। ସୂର୍ଯ୍ୟ ଦେବଙ୍କ ବିଛା ରାଶିରେ ପ୍ରବେଶ କରିବା ସବୁ ରାଶି ଉପରେ ଶୁଭ ପ୍ରଭାବ ପକାଇବ। ବିଛା ରାଶିର ସ୍ଵାମୀ ମଙ୍ଗଳ ଅଟେ। ଏହି ରାଶିରେ ସୂର୍ଯ୍ୟର ଆସିବା ଅଧିକ ଗଭୀର ପ୍ରଭାବ ପକାଇ ଥାଏ।

ଶୁକ୍ର- ୧୭ ସେପ୍ଟେମ୍ବରକୁ ତୁଳା ରାଶିରେ ପ୍ରବେଶ କରିବ ଏବଂ ୧୧ ଡିସେମ୍ବର ପର୍ଯ୍ୟନ୍ତ ଏହି ରାଶିରେ ରହିବ।  ଶୁକ୍ରକୁ ପ୍ରେମ ଏବଂ ରୋମାନ୍ସ ମାମଲାରେ ଅଧିକ ମହତ୍ୱପୂର୍ଣ୍ଣ ମାନା ଯାଇଥାଏ।

ବୃହସ୍ପତି- ୨୦ ନଭେମ୍ବର କୁ ମକର ରାଶିରେ ପ୍ରବେଶ କରିବ ଏବଂ ଏହି ରାଶିରେ ୬ ଏପ୍ରିଲ ୨୦୨୧ ପର୍ଯ୍ୟନ୍ତ ରହିବ । ମକର ରାଶିର ଜାତକଙ୍କ କ୍ୟାରିୟର ମାମଲାରେ ଉତ୍ତମ ଖବର ଆସିବ। ଅନ୍ୟ ରାଶିର ଲୋକଙ୍କୁ ଲାଭ ମିଳିବ।

ବୁଧ- ୩ ନଭେମ୍ବରକୁ ଶୁକ୍ର ତୁଳା ରାଶିରେ ମାର୍ଗୀ ହେବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧର ସିଧା ଚଳନ ଅତ୍ୟନ୍ତ ଶୁଭ ମାନା ଯାଇଥାଏ। କିଛି ରାଶିର ଲୋକଙ୍କୁ କ୍ୟାରିୟରରେ ସଫଳତା ମିଳିବ। ୨୮ ନଭେମ୍ବରକୁ ବୁଧ ବିଛା ରାଶିରେ ଗୋଚର କରିବେ।

ମଙ୍ଗଳ- ୧୪ ନଭେମ୍ବରକୁ ମଙ୍ଗଳ ମୀନ ରାଶିରେ ମାର୍ଗୀ ହେବେ। ଦୀପାବଳି ଅବସର ରେ ମଙ୍ଗଳର ଏହି ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ମାନା ଯାଉଛି। ଆର୍ଥିକ ସ୍ଥିତି ସୁଦୃଢ ରହିବ । ଆଉ କିଛି ରାଶି ଗୁଡ଼ିକୁ ଲାଭ ମିଳିବ।

Leave a comment