କରୋନା ମୁକାବିଲା ପାଇଁ ସହାୟତାର ହାତ ବଢ଼ାଇଲେ ରାଜ୍ୟପାଳ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ମୁକାବିଲା ପାଇଁ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ଉଭୟ ପିଏମ କେୟାର୍ସ ଫଣ୍ଡ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ସହାୟତା ପ୍ରଦାନ କରିଛନ୍ତି । ସେ ମୋଟ୍ ୩୪ ଲକ୍ଷ ୨୦ ହଜାର ଟଙ୍କାର ସହାୟତା ପ୍ରଦାନ କରିଥିବାବେଳେ ପିଏମ୍ କେୟାର୍ସ ଫଣ୍ଡକୁ ୧୩ ଲକ୍ଷ ୨୦ ହଜାର ଟଙ୍କା ଦେଇଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ମାର୍ଚ୍ଚ, ୨୦୨୦ରୁ ଫେବୃୟାରୀ, ୨୦୨୧ ମଧ୍ୟରେ ପାଇବାକୁ ଥିବା ନିଜ ଦରମାର ୩୦ ପ୍ରତିଶତ ସେ ଦାନ କରିଛନ୍ତି | ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଲଢେଇ ପାଇଁ ଦାନ କରିବାକୁ ନିବେଦନ କରିଥିଲେ ।
ରିଲିଫ୍ ପାଣ୍ଠିକୁ ଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । cmrfodisha.gov.inରେ ଦାନ ସେ କରିବାକୁ ନିବେଦନ କରିଛନ୍ତି। ଏଥିପାଇଁ ଏସବିଆଇ, ଏଚଡିଏଫସି, ଓ ଆଇସିଆଇସିଆଇ ବ୍ୟାଙ୍କର ଆକାଉଂଟନମ୍ବର ଓ ଆଇଏଫସି କୋଡ ଜାରି କରାଯାଇଛି । ଗୁଗୁଲ ପେ, ପେଟିଏମ କିମ୍ବା ଅନ୍ୟାନ୍ୟ ଅନଲାଇନ ପେମେଂଟ ଆପ୍ ଜରିଆରେ ଦାନ ଦେଇପାରିବେ ।

Leave a comment