ଗୋପାଳ ପାଗଳ ନୁହନ୍ତି

0

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପାଳ ପାଗଳ ବୋଲି କୁହାଯାଉଥିଲା। ମାତ୍ର ଗୋପାଳ ପାଗଳ ନୁହନ୍ତି ବୋଲି ଏପରି ତଥ୍ୟ ରଖିଛନ୍ତି ଝାରସୁଗଡ଼ା ଅତିରିକ୍ତ ଜିଲା କୋର୍ଟ। ଗୋପାଳଙ୍କୁ ୩ ସପ୍ତାହ ଧରି ନିଜ ହେପାଜତକ ନେବା ପାଇଁ କ୍ରାଇମବ୍ରାଞ୍ଚର ଏହି ଆବେଦନ ଖାରଜ କରି କୋର୍ଟ ରାୟରେ ଗୋପାଳ ପାଗଳ ନୁହନ୍ତି ବୋଲି ସ୍ପଷ୍ଟ କରିଛନ୍ତି।

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସର ମନସ୍ତତ୍ତ୍ୱ ପରୀକ୍ଷଣ କରିଥିବା ଏସ୍‌ସିବି ମେଡିକାଲର ୪ ଜଣିଆ ବିଶେଷଜ୍ଞ ବୋର୍ଡ ଏ ସଂପର୍କିତ ରିପୋର୍ଟ ଗତ ଫେବ୍ରୁଆରୀ ୫ରେ ଦାଖଲ କରିଥିଲେ ।

ଏହି ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି, ପରୀକ୍ଷା ବେଳେ ଜଣାପଡ଼ିଛି ଯେ, ଗୋପାଳ ସଚେତ ଅଛି, ସତର୍କ ଅଛି, ସହଯୋଗ କରୁଛି ଏବଂ କଥାବାର୍ତ୍ତା କରୁଛି । ଭଲଭାବେ ଆଖି ସହ ଆଖି ମିଶାଇବା ପାଇଁ ସେ ଶିଖିଛି । ସଂପର୍କ ବା ଯୋଗାଯୋଗ ସ୍ଥାପନ ହୋଇପାରୁଛି । ସ୍ଥିତି ମୁତାବକ ତାର ମୁଡ୍ ଓ ମନସ୍ଥିତି ସଠିକ୍ ରହିଛି । ସ୍ଥିତି ସଂପର୍କିତ କଥା ହେଉଛି ।

ଚିନ୍ତାଧାରା ଓ ବୋଧଶକ୍ତିରେ କୌଣସି ଅସ୍ବାଭାବିକତା ନାହିଁ । ସ୍ମରଣଶକ୍ତି ଠିକ୍ ଅଛି । ବୁଦ୍ଧିମତା ମଧ୍ୟମ ଧରଣର । ଏହିସବୁ ଦୃଷ୍ଟିରୁ ମେଡିକାଲ୍ ବୋର୍ଡ କେଉଁଠି ବି ଅଭିଯୁକ୍ତ ଜଣକ କୌଣସି ମାନସିକ ରୋଗରେ ପୀଡ଼ିତ ବୋଲି ଠାବ କରିପାରିଲେ ନାହିଁ ବୋଲି ଦର୍ଶାଇଛନ୍ତି ।

Leave a comment