ରାଜ୍ୟ ପାଇଁ ଆଶ୍ୱସ୍ତିର ଖବର ; ଆଉ ୧୪ କରୋନା ଆକ୍ରାନ୍ତ ସୁସ୍ଥ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):   ରାଜ୍ୟ ପାଇଁ ଆଶ୍ୱସ୍ତିର ଖବର।  ଆଉ ୧୪ କରୋନା ଆକ୍ରାନ୍ତ ସୁସ୍ଥ  ହୋଇଛନ୍ତି। ଭଦ୍ରକରୁ ୭, ବାଲେଶ୍ୱରରୁ ୩, ଭୁବନେଶ୍ୱରରୁ ୩ ଓ କେନ୍ଦ୍ରାପଡାରୁ ଜଣେ ସୁସ୍ଥ ହୋଇଥିବା ସୂଚନା ମିଳିଛି। ପୂର୍ବରୁ ଏହି ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଆଜି ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।  ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୮ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ୫୫ ଜଣ ଭଲ ହୋଇଛନ୍ତି । ବର୍ତ୍ତମାନ ଏକାଥରେ ୧୪ ସୁସ୍ଥ ହେବାପରେ ଭୁବନେଶ୍ୱରରେ ମୋଟ୍ ପଜିଟିଭ୍ ୪୭ ରହିଥିବାବେଳେ ସୁସ୍ଥଙ୍କ ସଂଖ୍ୟା ୩୦ ଏବଂ ସକ୍ରିୟ ସଂଖ୍ୟା ୧୬ ରହିଛି । ସେହିପରି ଭଦ୍ରକରେ ମୋଟ୍ ୧୯ ପଜିଟିଭ୍ ସଂଖ୍ୟା ଥିବାବେଳେ ୯ ସୁସ୍ଥ ଏବଂ ୧୦ ସକ୍ରିୟ ଅଛନ୍ତି ।

ଅନ୍ୟପଟେ ବାଲେଶ୍ୱରରେ ୨୦ ପଜିଟିଭଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୩ ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ରହିଛି । ପୂର୍ବରୁ ପୁରୀ, କଟକ, ଢ଼େଙ୍କାନାଳ, କଳାହାଣ୍ଡି ଜିଲ୍ଲା କରୋନା ମୁକ୍ତ ହୋଇଥିଲା ।

Leave a comment