ଝାରପଡା ଜେଲରେ ଗୋଲ୍‍ଡେନ ବାବା , ନେତା ହେବାକୁ ନେତା ଓ ମନ୍ତ୍ରୀ ଙ୍କ ପଛରେ ଉଡାଉଥିଲେ ଟଙ୍କା !!

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡିର ଯୁବନେତା ବୋଲି କହି ଆସୁଥିବା ଗୋଲ୍‍ଡେନ ବାବା ନାମରେ ପରିଚିତ ଜ୍ୟୋତିରଂଜନ ବେଉରିଆ ଙ୍କୁ ସୋମବାର ଚନ୍ଦ୍ରଶେଖରପୁର ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏକ ଠକେଇ ଅଭିଯୋଗ ରେ ପୋଲିସ ଗୋଲ୍‍ଡେନ ବାବାଙ୍କୁ ଗିରଫ କରିଛି । ଜ୍ୟୋତିରଂଜନ ଜଣେ ସୁନା ବ୍ୟବସାୟୀ । ସେ ବ୍ୟବସାୟରୁ ରାଜନୀତିକୁ ଆସିବା ପାଇଁ ମନବଳାଇଥିଲେ । ସେଥିପାଇଁ ଶାସକ ଦଳ ନେତା ଓ ମନ୍ତ୍ରୀ ଙ୍କ ପଛରେ ଉଡାଉଥିଲେ ଲକ୍ଷ ଲକ୍ଷ ଟଙ୍କା । ବର୍ତ୍ତମାନ ଜ୍ୟୋତିରଂଜନ ଝାରପଡ଼ା ଜେଲରେ ଅଛନ୍ତି ।

ସୂଚନା ଅନୁଯାୟୀ, ଜ୍ୟୋତିରଂଜନ ଓରଫ ଗୋଲ୍‍ଡେନ ବାବା ଏମ.ଏସ ନେସନାଲ ଏଣ୍ଟରପ୍ରାଇଜେସ ନାମକ ଏକ କମ୍ପାନି କୁ ୧୧୦ କୋଟି ଟଙ୍କା ଫାଇନାନ୍ସ କରିବାକୁ ଚୁକ୍ତି କରିଥିଲା । ଏଥିପାଇଁ କମ୍ପାନି ଜ୍ୟୋତିରଂଜନଙ୍କୁ ୧୨ଟି ଚେକ ଦେଇଥିଲା । ୧୨.୪ କୋଟି ଟଙ୍କାର ପ୍ରତି ଚେକ ଉଠାଇବା ପାଇଁ ସମୟ ନିର୍ଦ୍ଧାରିତ ଥିଲା । ମାତ୍ର ଅତି ଚତୁରତାର ସହ ନିର୍ଦ୍ଧାରିତ ସମୟର ଦେଢ଼ ବର୍ଷ ପୂର୍ବରୁ ତାରିଖ ବଦଳାଇ ଚେକରୁ ନଗଦ ଟଙ୍କା ଉଠାଣ କରିବାରୁ କମ୍ପାନି କତ୍ତୃପକ୍ଷଙ୍କ ସନ୍ଦେହ ହୋଇଥିଲା । ଫାଇନାନ୍ସ କମ୍ପାନି ତରଫରୁ ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହେବାପରେ ସମଗ୍ର ଘଟଣା ସାମ୍ନାକୁ ଆସିଥିଲା । ପୋଲିସ ଏହି ଅଭିଯୋଗ କୁ ଭିତ୍ତି କରି ଜ୍ୟୋତିରଂଜନଙ୍କ ନିଳାଦ୍ରୀବିହାର ଓ କାହାରାହାଙ୍ଗ ଘରେ ଚଢ଼ାଉ କରିଥିଲେ ମାତ୍ର ଗୋଲ୍‍ଡେନ ବାବା ଦିଲ୍ଲୀ ଫେରାର ହୋଇଯାଇଥିଲେ । ଏହି ଠକେଇ ଖବର ପ୍ରଚାର ହେବାମାତ୍ରେ ଗୋଲ୍‍ଡେନ ବାବାଙ୍କ ଦ୍ଵାରା ଠକେଇର ଶିକାର ହୋଇଥିବା ୧୦ ରୁ ଉର୍ଦ୍ଧ ମାମଲା ସମ୍ନାକୁ ଆସିଛି । ଯାହାକି ଭୁବନେଶ୍ୱର ର ବିଭିନ୍ନ ଥାନାରେ ଅଭିଯୋଗ ଅଛି । ଗତକାଲି ବିଶେଷ ସୂତ୍ରରୁ ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୋଲିସ କାହାରାହାଙ୍ଗ ଘରେ ଚଢ଼ାଉ କରି ଗୋଲ୍‍ଡେନ ବାବାଙ୍କୁ ଗିରଫ କରିଛି ।

ଏହି ସମସ୍ତ ଘଟଣା ମଧ୍ୟରେ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ସେ ହେଉଛି ଗୋଲ୍‍ଡେନ ବାବାଙ୍କ ପୋଲିଟିକାଲ ଲିଙ୍କ । ସେ ନିଜକୁ ବିଜେଡି ର ଯୁବନେତା ବୋଲି କହୁଥିବା ବେଳେ ଶାସକ ଦଳର ଅନେକ ନେତାଙ୍କ ଓ ଜଣେ ପୂର୍ବତନ ମନ୍ତ୍ରୀ ଙ୍କ ସହ ତାଙ୍କ ସମ୍ପୃକ୍ତି ଥିବା ଏବଂ ସେମାନଙ୍କ ପଛରେ ସେ ଅନେକ ଟଙ୍କା ଖର୍ଚ୍ଚ କରୁଥିବା ମଧ୍ୟ ଜଣାପଡିଛି । ରାଜଧାନୀର ବିଭିନ୍ନ ସ୍ଥାନରେ ତାଙ୍କର ପୋଷ୍ଟର ମଧ୍ୟ ମରାଯାଇଥିବା ଦେଖିବାକୁ ମିଳିଛି । ମେୟର ଅନନ୍ତ ନାରାୟଣ ଜେନାଙ୍କ ସହ ଜ୍ୟୋତିରଂଜନଙ୍କ ରାଜନୈତିକ ସଂପର୍କ ମଧ୍ୟ ରହିଛି । ମାତ୍ର ଜ୍ୟୋତିରଂଜନ ଙ୍କ ଗିରଫ ହେବା ଖବର ପ୍ରଚାରିତ ହେବାପରେ
ବି.ଏମ.ସି ତରଫରୁ ତାଙ୍କ ପୋଷ୍ଟର ହଟାଇ ଦିଆଯାଇଛି । ଏହାପରେ ବି.ଏମ.ସି ଏହାର ସଫେଇ ଦେଇ କହିଛି କି ବିନା ଅନୁମତିରେ ସେ ଏହି ପୋଷ୍ଟର ଲାଗିଥିବାରୁ ହଟାଇ ଦିଆଯାଇଛି ।

ବିଜେଡି ର ଆଶାୟୀ ବିଧାୟକ ପ୍ରାର୍ଥୀ ହେବା ପାଇଁ ବହୁ ନେତା ଓ ବିଧାୟକଙ୍କୁ ସେ ଲକ୍ଷଲକ୍ଷ ଟଙ୍କା ଦେଇଥିବା ଓ ଜଣେ ପୂର୍ବତନ ମନ୍ତ୍ରୀ ଗୋଲ୍‍ଡେନ ବାବା ଙ୍କୁ ବିଜେଡ଼ିରେ ଏକ ପଦବୀ ଦେବାପାଇଁ ଲବୀ କରୁଥିବା କଥା ମଧ୍ୟ ଜଣାପଡିଛି । ଗୋଲ୍‍ଡେନ ବାବା ଗିରଫ ହେବା ପରେ ରାଜନୈତିକ ବିଶେଷଜ୍ଞ ମହଲରେ ଜଣେ ଦୁର୍ନୀତିଖୋର ଯୁବକଙ୍କୁ କିଭଳି ବିଜେଡି ଦଳରେ ସାମିଲ କରିଥିଲା ଏହାକୁ ନେଇ ଚର୍ଚ୍ଚା କରୁଥିବା ଜୋର ଆସିଛି ।

ଅପରପକ୍ଷରେ ଜ୍ୟୋତିରଂଜନ ଗିରଫ ହେବାପରେ କହିଛନ୍ତି, ‘ଏହି ଚେକ କଥା ସମ୍ପୂର୍ଣ୍ଣ ମିଥ୍ୟା ଓ ସେ ରାଜନୈତିକ ଷଡଯନ୍ତ୍ର ର ଶିକାର ହୋଇଛନ୍ତି’ ।

Leave a comment