ଗୋବିନ୍ଦ ବେହେରାଙ୍କ ମୃତ୍ୟୁ, ଆତ୍ମହତ୍ୟା ନା ହତ୍ୟା ? କଂଗ୍ରେସଙ୍କ ପ୍ରଶ୍ନବାଣକୁ ନେଇ ସରଗରମ ହେଲା ରାଜନୀତି
ପୁଣି ବର୍ଷକ ପରେ ଜୋର ଧରିଲା ମମିତା ମେହେର ହତ୍ୟା ମାମଲା । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ବେହେରା ଆତ୍ମହତ୍ୟା ପରେ ମାମଲା ପୁଣିଥରେ ସରଗରମ ହୋଇଛି । ଯାହାକୁ ନେଇ ପ୍ରଶ୍ନବାଣ ଛାଡିଛନ୍ତି କଣ୍ଟାବାଞ୍ଜି କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା । ଗୋବିନ୍ଦଙ୍କ ମୃତ୍ୟୁ ମାମଲାରେ ସେ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ।
ଗୋବିନ୍ଦ ଆତ୍ମହତ୍ୟା ପଛରେ ଏକ ବଡ ରହସ୍ୟ ଏବଂ ଷଡଯନ୍ତ୍ର ରହିଛି ବୋଲି ସାଲୁଜି ମନ୍ତବ୍ୟ ଦେଇଛନ୍ତି ।
ମମିତା ମେହେର ହତ୍ୟା ମାମଲାର ସୂତାଖିଅ ଫିଟିବା ବଦଳରେ ଆହୁରି ଅଡୁଆ ହୋଇଯାଇଛି । ଗୋବିନ୍ଦର ମୃତ୍ୟୁ ପ୍ରକୃତରେ ଆତ୍ମହତ୍ୟା ନା ଏହା ଏକ ହତ୍ୟା ବୋଲି ପ୍ରଶ୍ନ କରିଛନ୍ତି ସନ୍ତୋଷ ସିଂ ସାଲୁଜା । ଆତ୍ମହତ୍ୟା କରିବା ପାଇଁ ଗୋବିନ୍ଦକୁ ବାଧ୍ୟ କରାଯାଇଛି ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି । ଷଡଯନ୍ତ୍ର କରାଯାଇ ଗୋବିନ୍ଦକୁ ଆତ୍ମହତ୍ୟାର ନିଷ୍ପତ୍ତି ନେବା ପାଇଁ ବାଧ୍ୟ କରାଯାଇଛି । ତେଣୁ ଏହି ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ସାଲୁଜା ଦାବି କରିଛନ୍ତି ।
ମମିତା ହତ୍ୟା ମାମଲାରେ ଗୋବିନ୍ଦ ସହ ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମଧ୍ୟ ସମ୍ପୃକ୍ତ ରହିଥିଲେ । ଯେଉଁଥିପାଇଁ ଗୋବିନ୍ଦକୁ ସେ ମୁକ୍ତି ପାଇଁ କଥା ଦେଇଥିଲେ । କିନ୍ତୁ ଅଧା ବାଟରେ ହାତ ଛାଡି ଦେଇଥିଲେ ମନ୍ତ୍ରୀ ମହୋଦୟ । ମନ୍ତ୍ରୀ ଗୋବିନ୍ଦଙ୍କୁ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇ ମଧ୍ୟ ସହଯୋଗ କରି ନଥିଲେ । ଫଳରେ ବେସାହାରା ହୋଇ ପ୍ରବଳ ମାନସିକ ଚାପ ଯୋଗୁଁ ଆତ୍ମହତ୍ୟାକୁ ବାଛି ନେଇଛି ଗୋବିନ୍ଦ ସାହୁ ।
ତେବେ ମନ୍ତ୍ରୀଙ୍କ ଛତ୍ରଛାୟାରେ ଜେଲରେ ଗୋବିନ୍ଦକୁ ଖୁବ ସୁବିଧା ମିଳିଥିଲା । ଏହାପରେ ବି ଜେଲରେ ଗୋବିନ୍ଦକୁ ଦଉଡି କିପରି ପାଇଲେ ଏବଂ ଜେଲ ଷ୍ଟାଫ କେମିତି ଦେଖି ପାରିଲେନି ବୋଲି ପ୍ରଶ୍ନ କରିଛନ୍ତି ସାଲୁଜା । ସେପଟେ ଗୋବିନ୍ଦର ମୃତ୍ୟୁ ମମିତା ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଛି ବୋଲି କହିଛନ୍ତି । ତେଣୁ ଗୋବିନ୍ଦ ହତ୍ୟା ମାମଲାରେସିବିଆଇ ତଦନ୍ତ କରାଯାଇ ମାମଲାର ପ୍ରକୃତ ସତ୍ୟତା ଆଣିବା ସହ ମମିତା ହତ୍ୟା ମାମଲାକୁ ସ୍ପଷ୍ଟ କରିବା ପାଇଁ କହିଛନ୍ତି କଅଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।