କରୋନାରେ ଆଖିବୁଜିଲେ ଭୂତାଣୁ ବିଜ୍ଞାନୀ ଗୀତା ରାମଜୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତୀୟ ବଂଶୋଦ୍ଭବ ପ୍ରଖ୍ୟାତ ଭୂତାଣୁ ବିଜ୍ଞାନୀ ଗୀତା ରାମଜୀଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ଜଣାପଡିଛି। ରାମଜୀ ପ୍ରଖ୍ୟାତ ଭୂତାଣୁ ବିଜ୍ଞାନୀ ଏବଂ ଏଚଆଇଭି ପ୍ରତିଷେଧକ ଅନୁସନ୍ଧାନର ମୁଖ୍ୟ ଥିଲେ।

ସୂଚନାଯୋଗ୍ୟ, ସେ ଏକ ସପ୍ତାହ ପୂର୍ବରୁ ଲଣ୍ଡନରୁ ଫେରିଥିଲେ। କିନ୍ତୁ ତାଙ୍କଠାରେ କୋଭିଡ-୧୯ର କୌଣସି ଲକ୍ଷଣ ନଥିଲା। ଗୀତା ରାମଜୀ କ୍ଲିନିକାଲ୍ ଟ୍ରାୟଲ୍ସ ୟୁନିଟର ପ୍ରଧାନ ଗବେଷକ ଏବଂ ଏଚଆଇଭି ପ୍ରିଭେନସନ୍ ରିସର୍ଚ୍ଚ ୟୁନିଟ୍ ଅଫ୍ ସାଉଥ ଆଫ୍ରିକାର ମେଡିକାଲ୍ ରିସର୍ଚ୍ଚ କାଉନସିଲ୍ ଅଫିସର ୟୁନିଟ୍ ଡାଇରେକ୍ଟର ଥିଲେ। ଏସଏଏମଆରସିର ଅଧ୍ୟକ୍ଷ ଏବଂ ସିଇଓଙ୍କ ତରଫରୁ ଜାରି ବୟାନରେ କୁହାଯାଇଥିଲା, ଅତ୍ୟନ୍ତ ଦୁଃଖର ସହ ଆପଣଙ୍କୁ ସୂଚିତ କରାଯାଉଛି ଯେ ପ୍ରଫେସର ଗୀତା ରାମଜୀଙ୍କ ଆଜି ହସ୍ପିଟାଲରେ ପରଲୋକ ହୋଇଯାଇଛି।

ପ୍ରଫେସର ରାମଜୀଙ୍କ କରୋନା ସଂକ୍ରମଣ ଯୋଗୁଁ ପରଲୋକ ହୋଇଯାଇଛି। ରାମଜୀଙ୍କ ବିବାହ ଫାର୍ମାସିଷ୍ଟ ପ୍ରବୀଣ ରାମଜୀଙ୍କ ସହ ହୋଇଥିଲା। ତାଙ୍କ ଅନ୍ତିମ ସଂସ୍କାର ବିଷୟରେ ଏବେ ସୁଦ୍ଧା ଘୋଷଣା କରାଯାଇନାହିଁ। ଦକ୍ଷିଣ ଆଫ୍ରିକାରେ ଅନ୍ତିମ ସଂସ୍କାରରେ ସାମିଲ ହେବାର ସଂଖ୍ୟାକୁ ସୀମିତ ରଖାଯାଇଛି କାରଣ ଦେଶ ୨୧ଦିନ ବନ୍ଦ କରାଯାଇଛି।

Leave a comment