ପ୍ରେମିକା ଇସାରାରେ କାମ କରୁଥିଲା ଜିତୁ । ମା ଏବଂ ଭଉଣୀ ଥିଲେ ସହଯୋଗୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅପରାଧୀ ଜିତୁର ଏନକାଉଣ୍ଟର ଚୌଦ୍ୱାର ପୋଲିସ କରିବା ପରେ ଯାହା ସତ ସମ୍ନାକୁ ଆସିଛି ତାହା ଶୁଣି ପୋଲିସ ଚକିତ ହୋଇଯାଇଛି । ଅପରାଧୀ ଜିତୁର କଳା ସାମ୍ରାଜ୍ୟର ସୂତ୍ରଧାର ଥିଲା ତାର ପ୍ରେମିକା ବା ଗାର୍ଲଫ୍ରେଣ୍ଡ ଜିନା । ଜିତୁର ପ୍ରେମିକା ହିଁ ଥିଲା ତାର ବସ । ଏହି କଳାସାମ୍ରାଜ୍ୟ ଚଳାଇବାରେ ଜିତୁର ମା ଓ ଭଉଣୀ ଜିନାକୁ ସାହାଯ୍ୟ କରୁଥିଲେ । ପୋଲିସ ପ୍ରେମିକା ଜିନା ସହ ଜିତୁର ମାଆ ଓ ଭଉଣୀକୁ ଗିରଫ କରିଛି । ଜିନା ଲୁଟର ବ୍ଲୁପ୍ରିଂଟ ପ୍ରସ୍ତୁତ କରୁଥିଲା, ଆଉ ତାକୁ କାର୍ଯ୍ୟକାରୀ କରୁଥିଲା ଜିତୁ ।
ସୂଚନା ଅନୁଯାୟୀ, ଗତ ରବିବାର ଚୌଦ୍ୱାର ପୁଲିସ ଏନକାଉଣ୍ଟର କରିଥିବା ଅପରାଧୀ ଜିତୁ ସାହୁ ଓରଫ ଅଜୟ ସାହୁ ପୁଲିସ ଜେରା ସମୟରେ ଗାର୍ଲଫ୍ରେଣ୍ଡ ଜିନା ତାର ବସ ବୋଲି ସ୍ୱୀକାର କରିଛି ଜିତୁ ।
ସେହିପରି ଜିତୁର ମା ଓ ଭଉଣୀ ମଧ୍ୟ ସକ୍ରିୟ ଭୂମିକା ଥିବା ପୁଲିସ ଡିସିପି କହିଛନ୍ତି । ଭଉଣୀ ଲୁଟ୍ ସାମଗ୍ରୀ ରଖିବା ସହ କେମିତି ଏହାକୁ ହାଟ ବଜାରରେ ବିକ୍ରି କରାଯିବ ସେ ଦାୟିତ୍ବ ସମ୍ଭାଳୁଥିଲା । ଗତ ୧୦ ବର୍ଷ ହେଲା ଏହି ଲୁଟେରା ପରିବାର କଟକ, ଢେଙ୍କାନାଳ, ଆଠଗଡ, ଚୌଦ୍ୱାର, ବଡମ୍ବା, ଭୁବନେଶ୍ୱର, ବାଲିପାଟଣା ଅଂଚଳରେ ଲୁଟପାଟ କରିଆସୁଥିଲେ ବୋଲି ପୁଲିସ ସୂଚନା ଦେଇଛି ।