୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଲମତାପୁଟ ପୁଲିସ ଦ୍ୱାରା ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ଅନ୍ୟପଟେ ଏହି ଗଞ୍ଜେଇ ବେପାରରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତ ଫେରାର୍ ହୋଇଯାଇଛନ୍ତି। ଲମତାପୁଟ ପୁଲିସ ଅପରାଧ ନିୟନ୍ତ୍ରଣ ଓ ଚୋରା ଗଞ୍ଜେଇ ଚାଲାଣ ରୋକିବା ନିମନ୍ତେ ଦୈନିକ ନାଇଟ୍ ପାଟ୍ରୋଲିଂ କରି ଆସୁଛି। ଗତକାଲି ରାତିରେ ଲମତାପୁଟଠାରୁ ପ୍ରାୟ ୫ କିଲୋମିଟର ଦୂର କଡ୍ରି ଗାଁ ନିକଟରେ ପୁଲିସ୍ ପାଟ୍ରୋଲିଂ କରୁଥିବାବେଳେ ଜଲାପୁଟ ଅଞ୍ଚଳରୁ ଏକ ବୋଲେରୋ(ଓଡି-୧୦ସି-୭୬୩୬) ଆସୁଥିବା ଦେଖି ପୁଲିସ ଗାଡ଼ିକୁ ଅଟକାଇଥିଲା।