କରୋନା ମୁକାବିଲା : ଛେପ ପକାଇଲେ ୫୦୦ , ମାସ୍କ ନ ପିନ୍ଧିଲେ ୨୦୦ ଜୋରିମାନା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାପାଳ କଠୋର ନିଷ୍ପତ୍ତି ନେଇଛନ୍ତି। ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ୫୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି ସେ କଡ଼ା ନିର୍ଦ୍ଦେଶନାମା ଜାରି କରିଥିବାବେଳେ ଗାଇଡ୍ଲାଇନ୍ ଅନୁସାରେ, ମୁହଁରେ ମାସ୍କ, ରୁମାଲ କିମ୍ବା ଗାମୁଛା ବାନ୍ଧି ନ ଥିଲେ ୨୦୦ ଟଙ୍କା ଜୋରିମାନ ଦେବାକୁ ପଡ଼ିବ କୁହାଯାଇଛି।
ସେହିପରି ଜିଲ୍ଲାରେ ଲୋକମାନେ ପରସ୍ପର ମଧ୍ୟରେ ଦୁଇ ମିଟର ସାମାଜିକ ଦୂରତା ବଜାୟ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଜାରି ହୋଇଛି। ଜିଲ୍ଲାର ପ୍ରମୁଖ ଅଧିକାରୀମାନଙ୍କୁ ଚିଠି ଲେଖି ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କୁ ସଚେତନ କରାଇବା ସହ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସେ କହିଛନ୍ତି।