ଡାଏବେଟିସ ରୋଗୀଙ୍କ ପାଇଁ ହାନିକାରକ ପାଚିଲା ଆମ୍ବ ! ଜାଣନ୍ତୁ କେଉଁ କେଉଁ ଫଳ ଖାଇବା ଉଚିତ

0

ଡାକ୍ତରଙ୍କ କହିବାନୁଯାୟୀ, ମଧୁମେହ ଯୋଗୁଁ ରୋଗୀଙ୍କ ଶରୀରରେ ପର୍ଯ୍ୟାପ୍ତ ପରିମାଣର ଇନ୍ସୁଲିନ ଉତ୍ପାଦନ ହୋଇପାରିନଥାଏ । ଏହି ସ୍ଥିତି ଅଧିକ ସମୟ ଯାଏଁ ରହିଲେ ଅନ୍ୟାନ୍ୟ ରୋଗ ହେବାର ମଧ୍ୟ ସମ୍ଭାବନା ରହିଥାଏ । ସେଥିପାଇଁ ମଧୁମେହ ରୋଗୀ ନିଜ ଖାଦ୍ୟପେୟ ଓ ଜୀବନଶୈଳୀ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ ।ମଧୁମେହ ରୋଗୀ କେଉଁ କେଁ ଫଳ ଓ ପନିପରିବା ସେବନ ଉଚିତ ଓ କେଉଁ ପନିପରିବା ସେବନ କରିବ ଅନୁଚିତ ଜାଣନ୍ତୁ –

ଏହିସବୁ ଫଳ ଓ ପନିପରିବା ସେବନ କରିବ ଉଚିତ –
୧. କଦଳୀରେ ବହୁ ମାତ୍ରାରେ କାର୍ବୋହାଇଡ୍ରେଟ୍ସ ରହିଛି । ମଧୁମେହ ରୋଗୀ ଥରକେ ଅଧା କଦଳୀ ସେବନ କରିବ ଉଚିତ ।
୨. ମଧୁମେହ ରୋଗୀ ପ୍ରତିଦିନ ଗୋଟିଏ କିମ୍ବା ଫାଳେ ସେଓ ଖାଇବା ଉଚିତ । ସେଓରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ ରହିଛି ଯାହା କୋଲେଷ୍ଟ୍ରୋଲ ଲେଭଲ କମ କରିଥାଏ ଏବଂ ପାଚନ କ୍ରିୟାକୁ ସୁସ୍ଥ ରଖିଥାଏ ।
୩. ମଧୁମେହ ରୋଗୀଙ୍କ ପାଇଁ ପିଜୁଳି ଅତ୍ୟନ୍ତ ହିତକର । ପିଜୁଳିରେ ଭିଟାମିନ ଏ, ସି, ଫାଇବର ରହିଛି । ପିଜୁଳିରେ ମିଠା ଅଂଶ ମଧ୍ୟ କମ ରହିଥାଏ ।
୪. ଏହାଛଡା ନାସପାତି, ଜାମୁକୋଳି, ପିଚ୍ ମଧ୍ୟ ମଧୁମେହ ରୋଗୀଙ୍କ ପାଇଁ ସ୍ୱାସ୍ଥ୍ୟକର । ଏହିସବୁ ଫଳରେ ଭିଟାମିନ ଓ ଫାଇବର୍ ରହିଛି ଯାହା ବ୍ଲଡ୍ ସୁଗାର କମ୍ କରିବାରେ ସାହାଯ୍ୟ କରିଥାଏ ।
୫. ପନିପରିବା ମଧ୍ୟରେ କଲରା ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ହିତକର । ଏହା ବ୍ଲଡ଼ରେ ସୁଗାର ମାତ୍ରା କମ କରିବାରେ ସାହାଯ୍ୟ କରିଥାଏ । କଲରାରେ ଫାଇଟୋକେମିକାଲ ରହିଛି ଯାହା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ।
୬. ଭେଣ୍ଡିରେ ମାଇରିସିଟିନ୍ ତତ୍ୱ ରହିଛି ଯାହା ମଧୁମେହ ରୋଗୀଙ୍କ ପାଇଁ ବହୁତ ଲାଭଦାୟକ ।

Leave a comment