କୌଣସି ମହଙ୍ଗା ଔଷଧ ନୁହେଁ ବରଂ ଏହି ୫ଟି ଫଳ ଖାଇଲେ କମିବ କୋଲେଷ୍ଟ୍ରୋଲ

0

କୋଲେଷ୍ଟୋଲର ସମ୍ବନ୍ଧ ସିଧାସଳଖ ଆମ ହୃଦୟ ସହ ରହିଛି। ଥରେ କୋଲେଷ୍ଟ୍ରୋଲର ସମସ୍ୟା ହେଲେ ଖାଇବା ସମୟରେ ସାବଧାନ ରହିବାକୁ ପଡ଼ିଥାଏ। କୋଲେଷ୍ଟ୍ରୋଲରୁ ମୁକ୍ତି ପାଇବା ପାଇଁ ଉଚିତ୍ ଖାଦ୍ୟପେୟ ବିଷୟରେ ଜାଣିବା ଉଚିତ୍। ଏହାକୁ କମ୍ କରିବା ପାଇଁ ବିଭିନ୍ନ ପ୍ରକାରର ଖାଦ୍ୟ ପଦାର୍ଥକୁ ଆହାରରେ ସାମିଲ କରି ପାରିବା। କୋଲେଷ୍ଟ୍ରୋଲ ଏକ ଚର୍ବିଯୁକ୍ତ ତତ୍ତ୍ବ ଯାହାର ଉତ୍ପାଦନ ଲିଭର କରିଥାଏ। କୋଲେଷ୍ଟ୍ରୋଲ ସ୍ତରକୁ ନିୟନ୍ତ୍ରିତ କରିବା ପାଇଁ ସୀମିତ ମାତ୍ରାରେ ଚର୍ବିଯୁକ୍ତ ଖାଦ୍ୟ ଖାଇବା ଉଚିତ୍। ଏପରି ୫ଟି ଫଳ ରହିଛି ଯାହା ଆପଣଙ୍କ ଏହି ସମସ୍ୟାର ସମାଧାନ କରି ପାରିବେ। ଏହି ଫଳ କୋଲେଷ୍ଟ୍ରୋଲ ସ୍ତରକୁ କମ୍ କରିବାରେ ସହାୟକ ହୋଇଥାଏ।
୧.ନାସପାତି : ନାସପାତିରେ ପାଣିରେ ଘାଣ୍ଟି ହେଉଥିବା ପ୍ୟାକ୍ଟିକ୍ ଫାଇବର ହୋଇଥାଏ ଯାହା ସେଲ୍ୟୁଲୋଜ ସ୍ତରକୁ ନିୟନ୍ତ୍ରିତ କରିଥାଏ। ସୁସ୍ଥ ଶରୀର ପାଇଁ ଜରୁରୀ ତତ୍ତ୍ବ ନାସପାତିରେ ମିଳିଥାଏ। ପ୍ରାକୃତିକ ଭିଟାମିନ୍,ମିନେରାଲ୍ ଏବଂ ଏଞ୍ଜାଇମ୍ ସହ ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ମଧ୍ୟ ଥାଏ ଯାହା କୋଲେଷ୍ଟ୍ରୋଲକୁ କମ୍ କରିବାର କ୍ଷମତା ରଖିଥାଏ।
୨. ସେଓ : ସ୍ବାସ୍ଥ୍ୟର ଗନ୍ତାଘର କୁହାଯାଉଥିବା ସେଓରେ ପ୍ରୋଟିନ୍ ଏବଂ ଭିଟାମିନ୍ ଭରପୂର ମାତ୍ରାରେ ଥାଏ। ଏହା ନିୟମିତ ସେବନ କରିବା ଦ୍ବାରା କୋଲେଷ୍ଟ୍ରୋଲ ହ୍ରାସ ପାଇଥାଏ ଏବଂ ରକ୍ତଚାପ ସାମାନ୍ୟ ରହିଥାଏ।
୩. ଲେମ୍ବୁ: ଖଟା ଫଳରେ ଏପରି ଏଞ୍ଜାଇମ୍ ଥାଏ,ଯାହା ମେଟାବଲିଜମ୍ ପ୍ରକ୍ରିୟାକୁ କ୍ଷିପ୍ର କରି କୋଲେଷ୍ଟ୍ରୋଲ କମ୍ କରିବାରେ ସହାୟକ ହୋଇଥାଏ। ଲେମ୍ବୁରେ ଥିବା ଭିଟାମିନ୍ ସି ରକ୍ତବାହିକା ନଳୀରେ ବିଶୁଦ୍ଧ କରିଥାଏ।
୪.ଟମାଟୋ: ଏହାକୁ ଖାଇବା ଦ୍ବାରା ହୃଦଘାତର ଆଶଙ୍କା କମ୍ ରହିଥାଏ। ଏହା ରକ୍ତବାହିନୀରେ ଥକ୍କା ଜମିବାରୁ ରୋକିଥାଏ। ରକ୍ତର ଥକ୍କା ରକ୍ତ ବୋହିବାରେ ବାଧା ସୃଷ୍ଟି କରିଥାଏ,ଯାହା ଫଳରେ ହୃଦଘାତ ଭଳି ଗମ୍ଭୀର ରୋଗର ବିପଦ ରହିଥାଏ।
୫.ଅମୃତଭଣ୍ଡା: ଅମୃତଭଣ୍ଡା ଖାଇବା ହୃଦଘାତ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ। ଏଥିରେ ଫାଇବର,ଭିଟାମିନ୍ ସି ଏବଂ ଆଣ୍ଟି ଅକ୍ସିଡାଣ୍ଟ ଭଳି ପୋଷକ ତତ୍ତ୍ବ ପ୍ରଚୁର ମାତ୍ରାରେ ରହିଥାଏ,ଯାହା ଶରୀରରେ ଥିବା ରକ୍ତ-ଶିରାରେ କୋଲେଷ୍ଟ୍ରୋଲ ହେବାକୁ ଦେଇନଥାଏ।
ଜଏନ କରନ୍ତୁ ଆମର ଟେଲିଗ୍ରାମ୍ ଲିଙ୍କ୍

Leave a comment