୫ଲକ୍ଷ ଦିଅ,୧୦ଲକ୍ଷ ନିଅ । ଠକ ଗିରଫ ଜବତ ହେଲା ବିଡା ବିଡା ନକଲି ନୋଟ୍ ନକଲି ସୁନା ବିସ୍କୁଟ

ଓଡିଶା ଫାଷ୍ଟ(ବ୍ୟୁରୋ) ଲୋକଙ୍କୁ ଲୋଭ ଦେଖାଇ ଠକୁଥିବା ଠକ ସର୍ଦାରକୁ ଭୁବନେଶ୍ବର ପୋଖରିପୁଟରୁ ଗିରଫ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ବାର୍ଡ଼ । ତା’ ପାଖରୁ ୭ଲକ୍ଷ ୨୬ହଜାର ଟଙ୍କା ସହ ପୁଳା ପୁଳା ନକଲି ନୋଟ ଏବଂ ନକଲି ସୁନା ବିସ୍କୁଟ୍ ଜବତ କରିଛି ପୋଲିସ । ମାଷ୍ଟ୍ରମାଇଣ୍ଡ ପ୍ରଭାତ କୁମାର ସାହୁକୁ ଗିରଫ କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ବାର୍ଡ଼ ।
ସୂଚନା ଯୋଗ୍ୟ: ରାଞ୍ଚିର ଜଣେ ବ୍ୟବସାୟୀଙ୍କୁ ଭୁବନେଶ୍ବର ଷ୍ଟେସନକୁ ଡାକି ତାଙ୍କ ଠାରୁ ୫ଲକ୍ଷ ଟଙ୍କା ଠକି ନେବାକୁ ଚେଷ୍ଟା କରୁଥିବା ଦୁଇ ଜଣ ଠକଙ୍କୁ ପୋଲିସ ଗିରଫ କରିବା ପରେ ଠକ ସର୍ଦାର ପ୍ରଭାତ ପାଖରେ ପହଞ୍ଚି ଥିଲା ସ୍ପେଶାଲ ସ୍କ୍ବାର୍ଡ଼ ।
ପ୍ରଭାତର ଘର ରେଡ୍ ବେଳେ ୭ଲକ୍ଷ ୨୬ହଜାର ଟଙ୍କାର ଅସଲି ନୋଟ୍ ସହ ବିଭିନ୍ନ ଆଟାଚି, ବ୍ୟାଗ୍ ଏବଂ କାଗଜ ପ୍ୟାକେଟ୍ରୁ ମିଳିଥିଲା ପୁଳା ପୁଳା ନକଲି ନୋଟ୍ ଓ ନକଲି ସୁନା ବିସ୍କୁଟ ।
ଏହି ଠକ ଖୁବ ଚାଲାକି କରି ବଡ଼ବଡ଼ ବ୍ୟବସାୟୀଙ୍କ ପାଖକୁ ଫୋନ କରୁ ଥିଲା । ସେମାନଙ୍କୁ ଅଫର ଦେଇ କହୁଥିଲା ଆପଣ ୫ଲକ୍ଷ ଟଙ୍କା ଦେଲେ ତା’ ୧୦ ମିନିଟ ମଧ୍ୟରେ ୧୦ଲକ୍ଷ ମିଳିବ । ଏହାକୁ ନେଇ କାହା ମନରେ ସନ୍ଧେହ ନହେବାପାଇଁ ସେ କହୁଥିଲା କି ଓଡ଼ିଶା ରେ ଆମର କିଛି କଳାଟଙ୍କା ରହିଯାଇଛି । ତାକୁ ଧଳା କରିବାକୁ ଆମେ ଏହି ସ୍କିମ କରିଛୁ । ଏହିପରି ରାଞ୍ଚର ବ୍ୟବସାୟୀ ଜଣକ ଠକ ଲୁଟେରା ଗ୍ୟାଙ୍ଗର ଶିକାର ହୋଇଥିଲେ । ଗତ ୧୭ତାରିଖ ଦିନ ରାଞ୍ଚର ବ୍ୟବସାୟୀଙ୍କୁ ୫ଲକ୍ଷ ଟଙ୍କା ନେଇ ଭୁବନେଶ୍ୱର ଷ୍ଟେସନ ପାଖ ବୁଦ୍ଧେଶ୍ୱରୀ ମନ୍ଦିର ପାଖକୁ ଡାକିଥିଲେ । ସେଠାରେ ତାଙ୍କ ଠାରୁ ୫ଲକ୍ଷ ଟଙ୍କା ଠକି ନେବାକୁ ଚେଷ୍ଟା କରୁଥିବା ଦୁଇ ଜଣ ଠକଙ୍କୁ ପୋଲିସ ଗିରଫ କରିଥିଲା । ସେମାନେ ଲୋକଙ୍କୁ ଅସଲି ନୋଟ ବଦଳରେ ନକଲି ନୋଟ ବ୍ୟାଗ୍ ଧରାଇ ଖସିଯାଉଥିଲେ । ସେହିଭଳି ଅସଲି ସୁନା ବଦଳରେ ନକଲି ସୁନା ବିସ୍କୁଟ୍ ଦେଇ ଠକୁଥିଲେ ଏହି ଠକଗ୍ୟାଙ୍ଗ୍ ।