ନକଲି ସାମ୍ବାଦିକ, ପେଶା ବ୍ଲାକମେଲିଂ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୋସିଆଲ ମିଡ଼ିଆ ର ଲୋକପ୍ରିୟତା କୁ ଦୃଷ୍ଟିରେ ରଖି ଦିନକୁ ଦିନ ଖୋଲି ଚାଲିଛି ବିଭିନ୍ନ ୱେବ ପୋର୍ଟାଲ । କିଛି ଅଣ ସାମ୍ବାଦିକ ଅର୍ଥ ଲୋଭରେ ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ସାମ୍ବାଦିକତା କୁ ବଦନାମ କରିବାକୁ ପଛଘୁଞ୍ଚା ଦେଉନାହାନ୍ତି । ସେମାନେ ନିରପେକ୍ଷ ସମ୍ବାଦ ପରିବେଷଣ କରିବା ବଦଳରେ ଅନ୍ୟମାନଙ୍କୁ ବ୍ଲାକମେଲ କରି ଅସାଧୁ ଉପାୟରେ ଅର୍ଥ ଉପାର୍ଜନ କରିବାର ୱେବ ପୋର୍ଟାଲ ଏକ ପନ୍ଥା ବୋଲି ଭାବୁଛନ୍ତି । ଯାହାଦ୍ୱାରା ସାମ୍ବାଦିକ ମାନଙ୍କୁ ସମସ୍ତେ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି ।
ଏଭଳି ଏକ ସାଂଘାତିକ ଅଭିଯୋଗ ଭୁବନେଶ୍ୱର ରେ ସାମ୍ନାକୁ ଆସିଛି । ଜଣେ ଅଣସମ୍ବାଦିକ ଙ୍କୁ ଟଙ୍କା କମାଇବା ନିଶା ମଣିଷକୁ ଏତେ ତଳକୁ ନେଇଯାଇ ଯେ ତାହା ଜାଣିଲେ ଅପଣ ଆଶ୍ଚର୍ଯ୍ୟ ହେବ । ପତ୍ନୀକୁ ପର ପୁରୁଷ ସହ ଶାରୀରିକ ସମ୍ପର୍କ ରଖିବାକୁ କହି ସେ ସମୟର ଭିଡ଼ଓ ଶୁଟିଂ କରିଛି ତା’ ସ୍ୱାମୀ । ତା’ପରେ ଉକ୍ତ ଭିଡ଼ିଓ ଭାଇରାଲ୍ କରିଦେବାର ଧମକ ଦେଇ ଲକ୍ଷ ଲକ୍ଷ ଲୁଟିଛି । ଏମିତି ଘଟଣା ଘଟିଛି ଖଣ୍ଡଗିରି ଥାନା ଅଞ୍ଚଳରେ ।
ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ବଡ଼ଚଣା ଅଞ୍ଚଳ ର ଅନନ୍ତ ମହାରାଣା ଡୁମୁଡୁମାରେ ଘର ଭଡ଼ା ନେଇଥିଲେ । ସେ ଆଗରୁ ଚିଳଚ୍ଚିତ୍ର ଏଡିଟିଂ କରୁଥିଲେ । ଚଳଚ୍ଚିତ୍ରରେ କାମ କମ୍ ମିଳିବା ପରେ ସେ ଏକ ୱେବ୍ସାଇଟ୍ କରି ନିଜକୁ ସାମ୍ବାଦିକ ପରିଚୟ ଦେଉଉଥିଲେ । ଅନ୍ୟ ପକ୍ଷରେ ରୀମା (ଛଦ୍ମନାମ) ନିଳାଦ୍ରୀବିହାରରେ ଘର ଭଡା ନେଇ ରହୁଥିଲେ । ଏକ ପର୍ଲରେ କାମ କରୁଥିଲେ । ଅନନ୍ତ ଦୁଇ ବର୍ଷ ତଳେ ସୋସିଆଲ୍ ମିଡ଼ିଆରେ ମାଧ୍ୟମରେ ରୀମାଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ ।
ଏହା ପରେ ଅନନ୍ତ ଓ ରୀମା ଖଣ୍ଡଗିରିବାରି ପ୍ଲଟ୍ ନମ୍ବର-୪୦୬ରେ ଏକ ଘର ନେଇଥିଲେ । ଅନନ୍ତ ସ୍ଥାନୀୟ ଲୋକଙ୍କୁ ପରିଚୟ ଦେଇଥିଲେ ରୀମା ତାଙ୍କ ପତ୍ନୀ । ଅନନ୍ତ ଓ ରୀମାଙ୍କ କାମ ହେଲା ଫେସବୁକ ରେ ବିଭିନ୍ନ ଲୋକଙ୍କୁ ଫସାଇ ତାଙ୍କୁ ରୁମ୍ କୁ ଡାକିବା । ଆଉ ତା’ପରେ ଶାରୀରିକ ସମ୍ପର୍କ ସମୟ ଭିଡ଼ଓ ଶୁଟିଂ କରିବା । ପରେ ତାକୁ ବ୍ଲାକମେଲିଂ କରି ମୋଟା ଅଙ୍କରେ ଟଙ୍କା ଝଡ଼ାଇବା ।
ଗତ ଜାନୁଆରୀ ମାସରେ ବରଗଡ଼ ଥାନା ଅତାବିରା ଅଞ୍ଚଳର ବ୍ୟବସାୟୀ ନିତେଶ ଶର୍ମାଙ୍କ ସହ ଅନନ୍ତଙ୍କ ଫେସବୁକ ଯୋଗଯୋଗ ହୋଇଥିଲା । ଅନନ୍ତ ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇଥିଲେ । ଏହାପରେ ଅନନ୍ତ ତାଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ତିଆରି କରିଥିଲେ । ନିତେଶ ଯେତେବେଳେ ନିଜ କାମରେ ଭୁବନେଶ୍ୱର ଆସୁଥିଲେ ସେତେବେଳେ ଅନନ୍ତଙ୍କ ଘରକୁ ଆସୁଥିଲେ ।
ଫେବ୍ରୁଆରୀ ମାସ ୨୮ ତାରିଖରେ କାମରେ ଭୁବନେଶ୍ୱର ଆସିଥିଲେ ନିତେଶ । ଅନନ୍ତଙ୍କୁ ଫୋନ୍ କରିଥିଲେ । ଅନନ୍ତ ତାଙ୍କୁ ନେଇ ଘରକୁ ଯାଇଥିଲେ । ଘରେ ଛାଡି ଦେଇ କାମ ଅଛି କହି ଘରୁ ଚାଲି ଅସିଥିଲେ ଅନନ୍ତ । ହେଲେ କେଉଁ ଆଡେ ନ’ ଯାଇ ବାହାରେ ଛକି ରହିଥିଲା । ରୀମାକୁ ଏକୁଟିପାଇ ନିତେଶ ତା’ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଏସବୁ ଦୃଶ୍ୟ ଝରକା ବହାରେ ରହି ନିଜ ଫୋନ୍ ରେ ଭିଡ଼ିଓ ରେକଡିଂ କରିଥିଲେ ଅନନ୍ତ । ଏହାପରେ ଅନନ୍ତ ତାଙ୍କ ଠାରୁ ମୋଟା ଅଙ୍କର ଟଙ୍କା କମାଇବାକୁ ଯୋଜନା କରିଥିଲେ । ନିତେଶକୁ ଫୋନ୍ କରି କହିଥିଲେ, ମୋ ପତ୍ନୀ ସହ ତମେ ରଖିଥିବା ଶାରୀରିକ ସମ୍ପର୍କର ଭିଡ଼ିଓ ଅଛି । ଯଦି ୫ ଲକ୍ଷ ଟଙ୍କା ନ’ ହେବ ତା’ହେଲେ ଉକ୍ତ ଭିଡ଼ିଓ ଭାଇରାଲ୍ କରିଦେବି । ଏହା ଶୁଣି ଡରି ଯାଇ ନିତେଶ ୨ ଲକ୍ଷ ୫୦ ଦେଇଥିଲେ ।
ଗତ ୨୮ ତାରିଖରେ ବାକି ୨ ଲକ୍ଷ ୫୦ ହଜାର ଫୋନ କରି ମାଗିଥିଲେ ଅନନ୍ତ । ଏହା ପରେ ନିତେଶ ଟଙ୍କା ନ’ ଦେଇ ଆଇଆଇସି ହିମାଂଶୁ ସ୍ୱାଇଁଙ୍କୁ ଦେଖା କରି ଘଟଣା ବିଷୟରେ ଜଣାଇଥିଲେ । ଅଭିଯୋଗ ହେଲା ପରେ ଗତ କାଲି ରାତିରେ ପୋଲିସ କଥାକଥିକ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ।