ହୀରାକୁଦ ଡ୍ୟାମ୍ର ଆଉ ୪ଟି ଗେଟ୍ ଖୋଲିଲା
ଭୁବନେଶ୍ୱର: ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ ଖୋଲିଛି । ଆଜି ପୂର୍ବରୁ ୪ଟି ଗେଟ୍ ଖୋଲାଯାଇଥିବା ସମୟରେ ବର୍ତ୍ତମାନ ମୋଟ ୮ଟି ଗେଟ୍ ମଧ୍ୟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି । ୨୫ ତାରିଖ ଯାଏଁ ଲଘୁଚାପ ଜନିତ ବର୍ଷା ସମ୍ଭାବନା ରହିଥିବାରୁ ଆଉ ୪ ଗେଟ୍ ଖୋଲାଯାଇଥିବା ସୂଚନା ମିଳିଛି ।
ଯଦି ଉପରମୁଣ୍ଡରେ ବର୍ଷା ଲାଗି ରହେ ତେବେ ହୀରାକୁଦର କ୍ଷମତାକୁ ଦୃଷ୍ଟିରେ ରଖି ଆହୁରି ଗେଟ୍ ଖୋଲାଯାଇପାରେ। ଆଜି ଉପରବେଳା ଏହି ବିଷୟରେ ଆଲୋଚନା ପରେ ନିଷ୍ପତ୍ତି ହୋଇପାରେ ବୋଲି ସୂଚନା ଦେଇଥିଲେ ହୀରାକୁଦ ଡ୍ୟାମ୍ ମୁଖ୍ୟ ଯନ୍ତ୍ରୀ ସୁଶୀଲ କୁମାର ବେହେରା। ହୀରାକୁଦରେ ୮ଟି ଗେଟ୍ ଖୋଲାଯିବା ପରେ ମହାନଦୀର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ରହିଛି । ତେଣୁ ଲୋକମାନେ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି ।
ସୂଚନାଯୋଗ୍ୟ, କେନ୍ଦୁଝର ଆନନ୍ଦପୁରରେ ସତର୍କ ସଙ୍କେତ ଡେଇଁଛି ବୈତରଣୀ ନଦୀର ଜଳ । ସତର୍କ ସଙ୍କେତ ୩୭.୪୫ ମିଟର ରହିଥିବାବେଳେ ଜଳସ୍ତର ୩୭.୭୦ ମିଟର ଛୁଇଁଛି ।
ଆପଣଙ୍କୁ କହିରଖୁଛୁ ଯେ, ୨୩ ଅଗଷ୍ଟ ୨୦୨୫ ରୁ ୨୭ ଅଗଷ୍ଟ ୨୦୨୫ ମଧ୍ୟରେ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ କ୍ଷେତ୍ର କାରଣରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି।
ଆଜିଠୁ ୨୪ ତାରିଖ ସକାଳ ୮ଟା ୩୦ ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡା ଏବଂ ବରଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ବଜ୍ରପାତ ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । ଆଜିଠୁ ୨୪ ତାରିଖ ସକାଳ ୮ଟା ୩୦ ମଧ୍ୟରେ ପ୍ରବଳ ବର୍ଷା ନେଇ ସମ୍ୱଲପୁର, ଦେଓଗଡ଼, ଅନୁଗୋଳ ଏବଂ ମୟୁରଭଞ୍ଜକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିପରି ବିଜୁଳି ଘଡ଼ଘଡି ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତିକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
୨୪ରୁ ୨୫ ତାରିଖ ମଧ୍ୟରେ ପ୍ରବଳ ବର୍ଷା ସହ ବଜ୍ରପାତ ନେଇ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଏବଂ ଝାରସୁଗୁଡାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ବରଗଡ, ସମ୍ୱଲପୁର, ଦେଓଗଡ, ଅନୁଗୋଳ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, ନୟାଗଡ, ଗ଼୍ଜାମ ଏବଂ ଗଜପତିକୁ ବଜ୍ରପାତ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।
୨୫ରୁ ୨୬ ତାରିଖ ମଧ୍ୟରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ନେଇ ଗଗତସିଂହପୁର, କେନ୍ଦ୍ରାପଡା, କଟକ, ଯାଜପୁର, ମୟୁରଭଞ୍ଜ, କେନ୍ଦୁଝର ଏବଂ ବାଲେଶ୍ୱରକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସମାନ ଦିନ ପାଇଁ ଭଦ୍ରକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ୱଲପୁର, ଦେଓଗଡ଼, ଅନୁଗୋଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୂଆପଡା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡା ଏବଂ କୋରାପୁଟକୁ ବିଜୁଳି ଘଡଘଡି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।
୨୬ରୁ ୨୭ ତାରିଖ ପର୍ଯ୍ୟନ୍ତ ମୟୁରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ଼କୁ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ସମାନ ଦିନ ପାଇଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଝାରସୁଗୁଡା, ବରଗଡ଼, ସସମ୍ୱଲପୁର, ଦେଓଗଡ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୂଆପଡା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡା, କୋରାପୁଟ, ମାଲକାନଗିରି ଏବଂ ଯାଜପୁରକୁ ବିଜୁଳି ଘଡଘଡି ନେଇ ଆଲର୍ଟ ଜାରି କରାଯାଇଛି ।