ତୁର୍କୀ ଇସ୍ତାନବୁଲରେ ଝଡ଼ତୋଫାନରେ ୪ଙ୍କ ମୃତ୍ୟୁ, ୧୯ ଗୁରୁତର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ) : ତୁର୍କୀର ବୃହତ୍ତମ ସହର ଇସ୍ତାନବୁଲରେ ଏକ ଶକ୍ତିଶାଳୀ ଝଡ଼ ତୋଫାନ ହୋଇଛି । ଦକ୍ଷିଣ-ପଶ୍ଚିମରେ ହୋଇଛି ଏହି ଝଡତୋଫାନ । ଫଳରେ ୪ ଜଣଙ୍କ ମୃତ୍ୟୁ ହେବା ସହ ୧୯ରୁ ଅଧିକ ଗୁରୁତର ହୋଇଛନ୍ତି । ଇସ୍ତାନବୁଲର ରାଜ୍ୟପାଳ ଏକ ବିବୃତ୍ତିରେ ଏହି ସୂଚନା ଦେଇଛନ୍ତି ।

ବିବୃତ୍ତି ଅନୁଯାୟୀ, ଅତି କମରେ ୧୯ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ମୃତକଙ୍କ ମଧ୍ୟରେ ଜଣେ ବିଦେଶୀ ନାଗରିକ ଅଛନ୍ତି । ରିପୋର୍ଟରୁ ଜଣାପଡିଛି ସହରର ୟୁରୋପୀୟ ଅଂଶର ଏସେନ୍ୟୁର୍ଟ ଜିଲ୍ଲାରୁ ପ୍ରାୟ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ଛାତ ଭୁଶୁଡିପଡିବାରୁ ଅତି କମରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି।

ଇହଲାସ୍ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି ଯେ ଯାନବାହନ ନଷ୍ଟ ହୋଇଯାଇଛି । ଏହାସହ ରାଜପଥରେ ଯାତ୍ରା କରୁଥିବା ଟ୍ରକ୍ ବି ଓଲଟି ପଡିଥିଲା । ୧୩୦ କିଲୋମିଟର ବେଗରେ ପ୍ରବଳ ବୋହିଥିବା କାରଣରୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଇସ୍ତାନବୁଲ ପୌରପାଳିକା କହିଛି ଯେ, ୩୩ଟି ଛାତ ଭୁଶୁଡିପଡିବା ସହ ୧୯୨ଟି ଗଛ ଉପୁଡି ପଡିଛି ।

Leave a comment