ପଦ୍ମ ଧରିଲେ ପ୍ରସନ୍ନ ପାଟ୍ଟଶାଣୀ

0

ଭୁବନେଶ୍ୱର ଲୋକସଭା ଆସନର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଆଜି ଦଳ ଛାଡ଼ି ପଦ୍ମ ଧରିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ । ୨୦୨୪ ନିର୍ବାଚନରେ ବିଜେଡିର ପରାଜୟ ପରେ ବିଜେପିକୁ ନିଜର କରିଛନ୍ତି ।ଏ ନେଇ ଦୀର୍ଘ ଦିନରୁ ଆଲୋଚନା ଲାଗି ରହିଥିବା ବେଳେ ଆଜି ଏହା ସତରେ ପରିଣତ ହୋଇଛି ।

୨୦୨୪ ନିର୍ବାଚନରେ ପରାସ୍ତ ହୋଇଥିବା ବିଜେଡିର ହାତ ଛାଡ଼ିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ । ୧୯୯୮ ମସିହାରୁ ୨୦୧୯ ପର୍ୟ୍ୟନ୍ତ ଭୁବନେଶ୍ୱରର ସାଂସଦ ଭାବରେ ସେ ନିର୍ବାଚିତ ହୋଇଥିଲେ । କିନ୍ତୁ ୨୦୧୯ରେ ଦଳ ତାଙ୍କ ଉପରେ ଟିକେଟ ଦେଇନଥିଲା । ୫ ଥର ଭୁବନେଶ୍ୱରରୁ ବିଜୟ ଟୀକା ପିନ୍ଧିଥିବା ପ୍ରସନ୍ନ ପାଟ୍ଟଶାଣୀଙ୍କ ସ୍ଥାନରେ ଭୁବନେଶ୍ୱର ଲୋକସଭା ଆସନ ପାଇଁ ଅରୂପ ମୋହନ ପଟ୍ଟନାୟକଙ୍କୁ ଟିକେଟ ଦେଇଥିଲା । ସେହିପରି ଚଳିତ ନିର୍ବାଚନରେ ମଧ୍ୟ ନବାଗତ ମନ୍ମଥ ରାଉତରାୟଙ୍କ ମୁଣ୍ଡରେ ଏହି ଦାୟିତ୍ୱ ପ୍ରଦାନ କରିଥିଲା ବିଜେଡି । ବିଜେଡିର ଏହି ନିଷ୍ପତ୍ତିକୁ ନେଇ ପ୍ରସନ୍ନ ପାଟ୍ଟଶାଣୀ ଖୁବ ଅସନ୍ତୋଷ ରହିଥିଲେ । ଯାହା ଫଳରେ ଆଜି ସେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି ।

Leave a comment