୨୬ ବର୍ଷୀବ ପୂର୍ବତନ ବିଶ୍ୱ ସୁନ୍ଦରୀ ପ୍ରତିଯୋଗୀଙ୍କ ମୃତ୍ୟୁ

0

ଉରୁଗୁଏରୁ ପ୍ରତିନିଧିତ୍ୱ କରୁଥିବା ଜଣେ ପୂର୍ବତନ ବିଶ୍ୱ ସୁନ୍ଦରୀ ପ୍ରତିଯୋଗୀଙ୍କ ମୃତ୍ୟୁ। ମାତ୍ର ୨୬ ବର୍ଷ ବୟସରେ ଶେରିକା ଡି ଅର୍ମାସଙ୍କ ମୃତ୍ୟୁ ଘଟିଛି। ଅକ୍ଟୋବର ୧୩ ରେ ଅର୍ମାସଙ୍କ ମୃତ୍ୟୁ ଘଟିଥିହା ନ୍ୟୁୟର୍କ ପୋଷ୍ଟରେ ପ୍ରକାଶ ପାଇଛି।

ରିପୋର୍ଟ ଅନୁସାରେ, ଅର୍ମାସ ଗର୍ଭାଶୟ କର୍କଟରେ ପୀଡିତ ଥିଲେ। କେମୋଥେରାପି ଏବଂ ରେଡିଓଥେରାପି ଚିକିତ୍ସା ଚାଲିଥିବା ସତ୍ତ୍ୱେ ତାଙ୍କର ମୃତ୍ୟୁ ଘଟିଛି।

ତାଙ୍କ ମୃତ୍ୟୁରେ ପରିବାର ବର୍ଗଙ୍କ ସମେତ ବିୟୁଟି ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀ ଏବଂ ମିସ୍ ୟୁନିଭର୍ସ ଉରୁଗୁଏ ୨୦୨୨ ଶୋକବାର୍ତ୍ତା ଜଣାଇଛନ୍ତି।

ଅର୍ମାସଙ୍କ ଭାଇ ସୋଶାଲ୍ ମିଡିଆରେ ଏକ କୋହଭରା ପୋଷ୍ଟ୍ ଶେଆର କରିଛନ୍ତି। ସେ ଲେଖିଛନ୍ତି, ଉଚ୍ଚକୁ ଉଡ, “ସାନ ଭଉଣୀ। ସବୁବେଳେ ସବୁଦିନ ପାଇଁ।” ମିସ୍ ୟୁନିଭର୍ସ ଉରୁଗୁଏ ୨୦୨୨ କାର୍ଲା ରୋମେରୋ ଦୁଃଖ ପ୍ରକାଶ କରି କହିଛନ୍ତି, “ମୁଁ ମୋ ଜୀବନରେ ଭେଟିଥିବା ଖୁବ୍ ସୁନ୍ଦର ମହିଳାମାନଙ୍କ ମଧ୍ୟରୁ ଜଣେ ଥିଲେ ଶେରିକା ଡି ଅର୍ମାସ୍। ତୁମକୁ ସବୁବେଳେ ମନେ ରଖିବି। ତମ ସମର୍ଥନ, ଭଲପାଇବା ସବୁକିଛି ମନେ ରହିବ।”

ଚାଇନାରେ ଆୟୋଜିତ ୨୦୧୫ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ଭାଗ ନେଇଥିଲେ ଅର୍ମାସ୍। ସେ ଶ୍ରେଷ୍ଠ ୩୦ ମଧ୍ୟରେ ସ୍ଥାନ ପାଇନଥିଲେ ବି ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଶ୍ରେଷ୍ଠ ୧୮ ବର୍ଷିୟ ୬ ଜଣଙ୍କ ମଧ୍ୟରେ ଜଣେ ଥିଲେ।

Leave a comment