ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକାଙ୍କ ପରଲୋକ

0

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡମ୍ବରୁଧର ଉଲାକାଙ୍କ ପରଲୋକ। ଭୁବନେଶ୍ଵରର ଏକ ଘରୋଇ ମେଡିକାଲରେ ତାଙ୍କର ଦେହାନ୍ତ ହୋଇଛି। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। ଶେଷ ସମୟରେ ତାଙ୍କ ନିକଟରେ ଦୁଇ ପୁଅ ଓ ଝିଅ ଜ୍ଵାଇଁ ଉପସ୍ଥିତ ଥିଲେ।

ସୂଚନାନୁଯାୟୀ, ବରିଷ୍ଠ କଂଗ୍ରେସ ନେତା ଡମ୍ବରୁଧର ଉଲାକା କଂଗ୍ରେସ ଟିକେଟରେ ରାୟଗଡ଼ା ଜିଲ୍ଲା ବିଷମକଟକରୁ ବିଧାୟକ ଭାବେ ୭ ଥର ନିର୍ବାଚିତ ହୋଇଛନ୍ତି। ଏହାସହ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ମଧ୍ୟ ଥିଲେ। ସେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ୧୯୩୭ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ବାପା ଶ୍ୟାମ ଘନ ଉଲାକା ଜଣେ ରାଜନେତା ଥିଲେ।

Leave a comment