ପୂର୍ବତନ ମୁଖ୍ୟ ଶାସନ ସଚିବ ରମାକାନ୍ତ ମିଶ୍ରଙ୍କ ପରଲୋକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶାର ସୁନାମଧନ୍ୟ ପ୍ରଶାସକ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ରମାକାନ୍ତ ମିଶ୍ର ୮୬ ବର୍ଷରେ ପରଲୋକ ଗମନ କରିଛନ୍ତି | ଗତ କିଛି ଦିନ ହେଲା ସେ କିମସ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ | ଆଠମଲ୍ଲିକରେ ଜନ୍ମଗ୍ରହଣ କରୁଥିବା ଶ୍ରୀ ମିଶ୍ର ଏହ୍ଲାବାଦ ବିଶ୍ବବିଦ୍ୟାଳୟରେ ରାଜନୀତି ବିଜ୍ଞାନର କୃତି ଛାତ୍ର ଥିଲେ ଏବଂ ଛାତ୍ରାବସ୍ଥାରେ ସେ ରାଜନୀତି ଦର୍ଶନ ବିଷୟରେ ଏକ ପୁସ୍ତକ ରଚନା କରି ଖ୍ୟାତି ଲାଭ କରିଥିଲେ | ୧୯୫୭ ମସିହାରେ ସେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ | ସେ ଜଣେ ସରଳ, ଅମାୟିକ, ଦକ୍ଷ, ନିଷ୍ଠାପର, କର୍ମଠ, ସଚ୍ଚୋଟ ତଥା ଆଦର୍ଶବାଦୀ ଅଧିକାରୀ ରୂପେ ସମସ୍ତଙ୍କର ପ୍ରଶଂସାଭାଜନ ହୋଇଥିଲେ | ତାଙ୍କର ପରାମର୍ଶ କ୍ରମେ ଅଭିନବ ବିଡାନାସୀ ନିର୍ମାଣ ହୋଇଥିଲା ଏବଂ ଚିଲିକା ତଥା ଅଂଶୁପା ହ୍ରଦର ପୁନରୁଦ୍ଧାର ପାଇଁ ପଦକ୍ଷେପ ନିଆ ଯାଇଥିଲା | ୧୯୮୯ରୁ ୧୯୯୧ ମସିହା ମଧ୍ୟରେ ସେ ତିନି ଜଣ ମୁଖ୍ୟମନ୍ତ୍ରୀଙ୍କର ଶାସନ କାଳରେ ମୁଖ୍ୟ ଶାସନ ସଚିବ ରୂପେ ଦକ୍ଷତା ତଥା ନିରପେକ୍ଷତାର ସହିତ କାର୍ଯ୍ୟ କରିଥିଲେ | ଗତ ୧୪ ତାରିଖରେ ସତ୍ୟନଗର ଶ୍ମଶାନରେ ନିଜ ସମ୍ପର୍କୀୟମାନଙ୍କ ଗହଣରେ ତାଙ୍କର ଶେଷକୃତ୍ୟ ସମାପନ ହୋଇଥିଲା | ଅନ୍ତ୍ୟୋଷ୍ଟିକ୍ରିୟା ସମୟରେ ତାଙ୍କର ପରିବାରବର୍ଗ ଉପସ୍ଥିତ ଥିଲେ। ଶ୍ରୀ ମିଶ୍ରଙ୍କ ବିୟୋଗରେ ତାଙ୍କର ବହୁ ସହକର୍ମୀ ଓ ବନ୍ଧୁ ଗଭୀର ଶୋକ ପ୍ରକାଶ କରିଛନ୍ତି |

Leave a comment