ଏସ୍ପି ନୀତି ଶେଖରଙ୍କୁ ଲକ୍ଷେ ଟଙ୍କା ଜୋରିମାନା
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆରଟିଆଇ କର୍ମୀଙ୍କୁ ସୂଚନା ନଦେବାରୁ ପୂର୍ବତନ ବାଲେଶ୍ବର ଏସପି ନୀତି ଶେଖରଙ୍କୁ ୧ ଲକ୍ଷ ଟଙ୍କା ଜରିମନା କାରାଯାଇଥିବା ଜଣାପଡିଛି।
ସୂଚନାଯୋଗ୍ୟ, ୨୦୧୬ ମସିହାରେ ସିମୁଳିଆ, ଖଇରା, ସୋର ଥାନାରେ ଏକ କାଳୀନ ୩ ଟି ମାମଲା ଘଟଣାରେ ଭୋଗରାଇ ଅଂଚଳର ସୁବ୍ରତ ବେହେରାଙ୍କୁ ଗିରଫ ଘଟଣାରେ ଆରଟିଆଇ କର୍ମୀ ବନଜା ମଞ୍ଜରୀ ମିଶ୍ର ତତ୍କାଳୀନ ବାଲେଶ୍ବର ଏସପି ନୀତି ଶେଖରଙ୍କୁ ଆରଟିଆଇ ଆକ୍ଟରେ ତଥ୍ୟ ମାଗିଥିଲେ । ତତ୍କାଳୀନ ଏସପି କୌଣସି ତଥ୍ୟ ନଦେବାରୁ ବନଜା ୨୦୧୭ ମସିହାରେ ଭୁବନେଶ୍ବର ରାଜ୍ୟ ସୂଚନା କମିଶନରଙ୍କ ଦ୍ବାରସ୍ଥ ହୋଇଥିଲେ ।
ଏନେଇ ସୂଚନା କମିଶନର ୧୧ ଗୋଟି ତାରିଖ ରଖିଥିଲେ ମଧ୍ୟ ତତ୍କାଳୀନ ଏସପି ହାଜର ହୋଇନଥିଲେ କିମ୍ବା ସୂଚନା ପ୍ରଦାନ କରି ନ ଥିଲେ । ସେହି ମାମଲାରେ ସୂଚନା କମିଶନର ସୁଶୀଲ କୁମାର ମିଶ୍ର ରାୟର ଶୁଣାଣି କରି ତତ୍କାଳୀନ ବାଲେଶ୍ବର ଏସପି ନୀତି ଶେଖରଙ୍କୁ ଲକ୍ଷେ ଟଙ୍କା ଜରିମନା ଦେବା ସହିତ ୭ଦିନ ମଧ୍ୟରେ ବନଜାଙ୍କୁ ସମସ୍ତ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।