ଚଳିତ ଓସିଏସ୍‌ ପରୀକ୍ଷା ପାଇଁ ପରୀକ୍ଷାର୍ଥୀମାନେ ଇଂରାଜୀ କିମ୍ବା ଓଡ଼ିଆ ଭାଷାକୁ ବିକଳ୍ପ ଭାବେ କରିପାରିବେ ଚୟନ

0

ଓଡ଼ିଶା ସିଭିଲ୍ ସେବା (ଓସିଏସ୍‌) ୨୦୨୨-୨୩ ପରୀକ୍ଷା ଦେବା ପାଇଁ ଅନ୍‌ଲାଇନ୍ ଆବେଦନ ବେଳେ ପରୀକ୍ଷାର୍ଥୀମାନେ ଇଂରାଜୀ କିମ୍ବା ଓଡ଼ିଆ ଭାଷାକୁ ବିକଳ୍ପ ମାଧ୍ୟମ ଭାବେ ଚୟନ କରିପାରିବେ । କିନ୍ତୁ ଆବେଦନ ପତ୍ରରେ ଓଡ଼ିଆ କିମ୍ବା ଇଂରାଜୀ ଭାଷାକୁ ବିକଳ୍ପ ମାଧ୍ୟମ ଭାବରେ ଥରେ ଉଲ୍ଲେଖ କରିସାରିବା ପରେ ଏହାକୁ ପରିବର୍ତ୍ତନ କରାଯାଇପାରିବ ନାହିଁ ।

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅଧିସୂଚନା ସଂଖ୍ୟା ୨୯୨୪୬ ଅନୁଯାୟୀ ଓଡ଼ିଶା ସିଭିଲ୍ ସେବା-୨୦୨୨ ପରୀକ୍ଷାରେ ପରୀକ୍ଷାର୍ଥୀମାନେ ପ୍ରାରମ୍ଭିକ ମୁଖ୍ୟ ଲିଖିତ ପରୀକ୍ଷା ଓ ବ୍ୟକ୍ତିଗତ ସାକ୍ଷାତକାର ପରୀକ୍ଷା ପାଇଁ ଇଂରାଜୀ କିମ୍ବା ଓଡ଼ିଆ ଭାଷାକୁ ବିକଳ୍ପ ମାଧ୍ୟମ ଭାବରେ ଚୟନ କରିପାରିବେ । ଏହି ବ୍ୟବସ୍ଥା ପ୍ରବନ୍ଧ ଲେଖିବା ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ । ମାତ୍ର ଭାଷା ବିଷୟରେ ଏହି ବିକଳ୍ପ ରହିବ ନାହିଁ ।

Leave a comment