ରିତସିକା ଫାଉଣ୍ଡେସନ ପକ୍ଷରୁ ପୁରୀ ରେ ଭକ୍ତ ଙ୍କୁ ଖାଦ୍ୟ, ଜଳ ବଣ୍ଟନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପବିତ୍ର ରଥ ଯାତ୍ରା ଉପଲକ୍ଷେ ଭୁବନେଶ୍ୱର ର ରିତସିକା ଫାଉଣ୍ଡେସନ ପକ୍ଷରୁ ପୁରୀ ରେ ଭକ୍ତ ମାନଙ୍କୁ ଖାଦ୍ୟ, ପାନୀୟ ଜଳ ବଣ୍ଟନ କରାଯାଇଛି । ଜଗନ୍ନାଥ ଙ୍କୁ ଦର୍ଶନ କରିବାକୁ ଦୂର ଦୁରାନ୍ତ ରୁ ଆସିଥିବା ଅଗଣିତ ଭକ୍ତ ଙ୍କ ସେବାରେ ରିତସିକା ଫାଉଣ୍ଡେସନ ର ୨୦ ଜଣ ସଦସ୍ୟ ଅଂଶ ଗ୍ରହଣ କରିଥିଲେ । ଏହି ଫାଉଣ୍ଡେସନ ପକ୍ଷରୁ ପ୍ରସ୍ତୁତ ଉପମା, ତରକାରୀ ସହ ପାଣି ବୋତଲ ପାଖାପାଖି ୨୦୦୦ ଭକ୍ତଙ୍କୁ ବଣ୍ଟନ କରାଯାଇଥିଲା । ପ୍ରବଳ ଗହଳି ଓ ଗୁଳୁଗୁଳି ସତ୍ୱେ ସଂଗଠନ ର ସଦସ୍ୟ ମାନେ ଖାଦ୍ୟ ବଣ୍ଟନ ସେବା ଜାରି ରଖିଥିଲେ ।

ପ୍ରଭୁ ଜଗନ୍ନାଥ ଙ୍କ ଅଶେଷ କୃପାରୁ ସମସ୍ତ ଖାଦ୍ୟ ବଣ୍ଟନ କାର୍ଯ୍ୟ ସଭାପତି ଶ୍ରୀମତୀ ଦେବସ୍ମୀତା ପଟ୍ଟନାୟକ ତତ୍ୱବାଧାନ ରେ ସମାପନ ହୋଇଥିଲା । ଏହାସହ ଶ୍ରୀମତୀ ପଟ୍ଟନାୟକ ସମସ୍ତ ଭକ୍ତଗଣ ଙ୍କୁ ରଥଯାତ୍ରା ର ଶୁଭେଚ୍ଛା ଜଣାଇଥିଲେ । ପୁରୀ ଜିଲ୍ଲା ପ୍ରଶାସନ ର ସହଭାଗୀତା ଏବଂ ସହଯୋଗ ପାଇଁ ଜିଲ୍ଲା ଅଧିକାରୀ ମାନଙ୍କୁ ରିତସିକା ଫାଉଣ୍ଡେସନ ପକ୍ଷରୁ ଅଶେଷ ଧନ୍ୟବାଦ ଜ୍ଞାପନ କରାଯାଇଛି । ଏବଂ ଆଗକୁ ରିତସିକା ଫାଉଣ୍ଡେସନ ପକ୍ଷରୁ ଅନେକ ସେବା କାର୍ଯ୍ୟ ହାତକୁ ନିଆଯିବାକୁ ଲକ୍ଷ୍ୟ ରହିଥିବା ଫାଉଣ୍ଡେସନ ର ସଭାପତି ଶ୍ରୀମତୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Leave a comment