ବାଲେଶ୍ଵର ବନ୍ୟା ପାଣି ରେ ଉବୁଟୁବୁ, ପାନି ପାନି ଡ୍ୟାନ୍ସ ରେ ପୌରପାଳିକା ମସଗୁଲ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବର୍ଷା ଦିନ ରେ ମୁଷଳ ଧାରା ରେ ବର୍ଷା ବର୍ସୁଥିବା ସମୟରେ ସହର ବା ପୌରପାଳିକା ଦାୟିତ୍ଵ ରେ ଥିବା କାର୍ଯ୍ୟ ନିର୍ବାହୀ ଅଧିକାରି, ପୌରାଧକ୍ଷା ଙ୍କ ସମେତ ସମସ୍ତ ୱାର୍ଡ କାଉନସିଲର ମାନେ ନିଜ ନିଜ ୱାର୍ଡ ଓ ସହର ର ରାସ୍ତା ଘାଟ, ବିଜୁଳି ଓ ନାଳ ନର୍ଦ୍ଦମା ର ବ୍ୟବସ୍ଥା କୁ ସୁଚାରୁ ରୂପେ ତୁଲାଇ ସାରି ନବାନ୍ନ ଖାଇଲା ପରି ସ୍ୱାୟତ୍ତ ଶାସନ ଦିବସ ପାଳନ କରିବା କଥା ।
ହେଲେ ବାଲେଶ୍ଵର ଭଳି ଶିକ୍ଷ୍ୟା ଦୀକ୍ଷା ରେ ଉନ୍ନତ ଥିବା ଓ ଓଡ଼ିଶା କୁ ପ୍ରଥମ ମୁଖ୍ୟମନ୍ତ୍ରୀ ଦେଇଥିବା ଜିଲ୍ଲା ର ସଦର ମହକୁମା ଆଜି ଜର୍ଜରିତ ଓ ନିଷ୍ପେସିତ, ହାହା କାର ଭିତରେ ସହର ବାସୀ, ଯାହାର ଚିତ୍ର ଆମେ କିଞ୍ଚିତ ମାତ୍ରା ରେ ଦେଖାଇଛୁ। ବାଲେଶ୍ଵର ସହର ୧୫୦ ବର୍ଷ ର ସହର ଓ ପୌରପାଳିକା ହେଇଥିଲେ ମଧ୍ୟ ଆଜିର ଯେଉଁ ଦାୟିତ୍ଵ ବହନ କରିଥିବା ପୌରଧକ୍ଷା ସବିତା ସାହୁ, କାର୍ଯ୍ୟନିର୍ବାହୀ ଅଧିକାରୀ ନିର୍ଲିପ୍ତା ମହାନ୍ତି ମେଡାମ ଙ୍କ ସମେତ କିଛି ୱାର୍ଡ କାଉନସିଲର ମାନେ ଆଜି ପୌରାଞ୍ଚଳ କୁ ବରବାଦ କରି ମଉଜ ମଜଲିସ ରେ ଲିପ୍ତ ।
ଘଟଣା ଅଗଷ୍ଟ ୩୦/୩୧ ଦିନ ର, ଯେଉଁଠି କି ବର୍ଷା ର ତାଣ୍ଡବ ରେ ବାଲେଶ୍ଵର ର ଦୋକାନ ବଜାର ଠୁ ଆରମ୍ଭ କରି ଲୋକଙ୍କ ଘର ସବୁ ଜଳମଗ୍ନ ଓ ରିଲିଫ ନାମ ରେ ଗୁଡ ଓ ମୁଢ଼ି ଭଳି ଖାଦ୍ୟ ଦିଆ ଯାଉଛି, ସେଠି ସମୟ ରେ ଦାୟିତ୍ବହୀନ ପୌରଧକ୍ଷ୍ୟା ମେଡାମ୍ ସାହୁ ଓ ତାଙ୍କ ବନ୍ଧୁ ଅଧିକାରୀ ନୀର୍ଲିପ୍ତା ମେଡ଼ାମ୍ କିଛି କାଉନସିଲର ମାନଙ୍କୁ ଧରି ମଉଜ ମଜଳିସ୍ ରେ ସମ୍ପୂର୍ଣ ବିଭୋର ।
ନିଷ୍ପତ୍ତି ଅପଙ୍କର କି ଏମିତି ଦାୟିତ୍ବହୀନ ଅଧିକାରୀ ଓ ନେତ୍ରୀ ନେତା ମାନେ ଯୋଗ୍ୟ କି ଆପଣଙ୍କ ସେବା ପାଇଁ ! ବାଲେଶ୍ଵର ରେ ବିଜୁ ଜନତା ଦଳ ଚାରି ଫାଳ ହେଇଥିବା ବେଳେ ବିଜୁ ଜନତା ଦଳ ର ପୌରା – ଧକ୍ଷା ମେଡାମ ଏବେ ନିଜ ସ୍ଥିତି ବଞ୍ଚାଇବା ପାଇଁ ବିଜେପି ତଥା ସରକାରୀ ବିଧାୟକ ଙ୍କ ଏକ ଏଜେଣ୍ଟ ପାଲଟି ଯାଇଥିବା ବେଳେ ଲୋକଙ୍କ ସେବା କୁ ହେୟଜ୍ଞାନ କରି ବିଜେପି ର ୯ ଜଣ କାଉନସିଲର ଙ୍କୁ ଧରି ପୌରପାଳିକା କୁ ନିଲାମ କରିବାକୁ ବସିଲେଣି, ତାଙ୍କ ସହଯୋଗୀ ପାଲଟିଛନ୍ତି ସୁପାରିସ ବଳରେ ବଦଳି ନେଇ ଆସିଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ନିର୍ଲିପ୍ତ ମହାନ୍ତି ଯିଏକି ନାଚୁ ଥିବା ର ଦୃଶ୍ୟ ଉପରେ ଆପଣ ଦେଖିପରୁଛନ୍ତି । ଧନ୍ୟ ତୁମେ ଅଧିକାରୀ ଓ ଧନ୍ୟ ପୌରପାଳ ମହାଶୟା।