ସମ୍ଭାବ୍ୟ ବାତ୍ୟାକୁ ନେଇ ୨୨ ରୁ ୨୬ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ କରାଯାଇଛି ବାରଣ

0

ସମ୍ଭାବ୍ୟ ବାତ୍ୟା ସିତ୍ରାଙ୍ଗକୁ ଦୃଷ୍ଟି ରଖି ଅକ୍ଟୋବର ୨୨ ରୁ ୨୬ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ଓଡ଼ିଶା ଉପକୂଳ ଏବଂ ଚିଲିକାକୁ ଡଙ୍ଗାନେଇ ମାଛ ଧରିବାକୁ ଯିବା ପାଇଁ ନିଷେଧ କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅନୁମୋଦନ କ୍ରମେ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗ ପକ୍ଷରୁ ଏ ସଂପର୍କରେ ବିଜ୍ଞପ୍ତି ଜାରି କରାଯାଇଛି ।

ମତ୍ସ୍ୟଜୀବୀମାନଙ୍କ ଧନଜୀବନର ସୁରକ୍ଷା ପାଇଁ ରାଜ୍ୟର ସମଗ୍ର ଉପକୂଳରେ ଏବଂ ଚିଲିକା ହ୍ରଦରେ ଯନ୍ତ୍ରଚାଳିତ ତଥା ମୋଟରଚାଳିତ ଡଙ୍ଗା ଏବଂ ଦେଶୀ ଡଙ୍ଗା ନେଇ ମାଛ ଧରିବା ପାଇଁ ବାରଣ କରାଯାଇଛି । ୫ ଦିନ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ମାଛ ଧରିବା ପାଇଁ ସମୁଦ୍ର ଓ ଚିଲିକାକୁ ନଯିବା ପାଇଁ କୁହାଯାଇଛି ।

Leave a comment