ଆବେଦନର ୧୮ଦିନ ମଧ୍ୟରେ ମିଳିବ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ପାଇଁ ଆଉ ଦୌଡ଼ିବାକୁ ପଡିବନି ନିର୍ଦ୍ଦେଶାଳୟ । ବିଭାଗୀୟ କ୍ଷେତ୍ରୀୟ କର୍ମଚାରୀ ଦେଇପାରିବେ ନିରାପତ୍ତା ପ୍ରମାଣ ପତ୍ର । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହା ଘୋଷଣା କରାଯାଇଛି ।

ସୂଚନା ଅନୁଯାୟୀ, ଅଗ୍ନିଶମ ବିଭାଗକୁ ୫ଟି ଅନ୍ତର୍ଭୁକ୍ତ କରାଯାଇଛି । ବିଭିନ୍ନ ବାସଗୃହ ଓ ବିଲ୍ଡିଂ ପାଇଁ ଅଗ୍ନି ସୁରକ୍ଷା ପ୍ରମାଣ ପତ୍ର ପାଇବା ସରଳ କରିବା ପାଇଁ ବିଭାଗୀୟ କ୍ଷେତ୍ରୀୟ କର୍ମଚାରୀଙ୍କୁ ଦିଆଯାଇଛି ନୂତନ ଦାୟିତ୍ୱ । ବିଭାଗର କ୍ଷେତ୍ରୀୟ କର୍ମଚାରୀମାନେ ଲୋକଙ୍କୁ ସଚେତନ କରିବା ସହ ଆବଶ୍ୟକ ଅନୁମୋଦନ ଓ ପ୍ରମାଣପତ୍ର ପ୍ରଦାନ କରିପାରିବେ ।

ଏହି ନୂତନ ନିୟମ ଅନୁଯାୟୀ ଆବେଦନ କରିବାର ୧୮ ଦିନ ଭିତରେ ଏହି ପ୍ରମାଣପତ୍ର ମିଳିବ । ଆବାସିକ କୋଠାବାଡି କ୍ଷେତ୍ରରେ ଏହା ୫ ବର୍ଷ ହୋଇଥିବା ବେଳେ ସାଧାରଣରେ ଏହା ୨ବର୍ଷ ବଳବତର ରହିବ । ଅପରପକ୍ଷରେ ୨୦୧୦ ଏପ୍ରିଲ ସୁଦ୍ଧା ଅଗ୍ନିପରୀକ୍ଷା ଅନୁମୋଦନ ଓ ପ୍ରମାଣ ପତ୍ର ପ୍ରଦାନର ସଂପୂର୍ଣ୍ଣ ବ୍ୟବସ୍ଥା ଅନ ଲାଇନ ଜରିଆରେ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

Leave a comment