ବୁର୍ଲା ମେଡିକାଲ ଡାଏଲିସିସ୍ ୱାର୍ଡରେ ଅଗ୍ନିକାଣ୍ଡ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବୁର୍ଲା ମେଡିକାଲ ଡାଏଲିସିସ୍ ୱାର୍ଡରେ ଆଜି ସକାଳେ ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଫଳରେ ଏକ ବଡ ଧରଣର ଅଘଟଣକୁ ଟାଳି ଦିଆଯାଇଛି । ଡାଏଲିସିସ୍ ୱାର୍ଡରେ କିପରି ଅଗ୍ନିକାଣ୍ଡ ଘଟିଲା ତାହାର କାରଣ ଜଣାପଡିନାହିଁ ।

ସୂଚନା ଅନୁଯାୟୀ, ଆଜି ସକାଳ ୭ଟା ସମୟରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ ଆଣ୍ଡ ରିସର୍ଚ୍ଚ ପରିସରରେ ଥିବା ଡାଏଲିସିସ୍ ୱାର୍ଡର ବ୍ୟାଟେରି ରୁମରୁ ହଠାତ ଧୂଆଁ ବାହାରିଥିଲା । ଏହା ଦେଖି ସେହି ୱାର୍ଡର ରୋଗୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ଏହାପରେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦିଆ ଯାଇଥିଲା । ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଫଳରେ ଏକ ବଡ଼ ଦୁର୍ଘଟଣାକୁ ଟାଳି ଦିଆଯାଇପାରିଛି । କାରଣ ଏହି ରୁମକୁ ଲାଗି ଆଇସିୟୁ ଥିବା ହେତୁ ଯଦି ଠିକ୍ ସମୟରେ ନିଆଁ ଲିଭାଯାଇନଥାନ୍ତା ତେବେ ଏହା ଆଇସିୟୁକୁ ବ୍ୟାପି ଯାଇଥାନ୍ତା ବୋଲି ଚର୍ଚ୍ଚା ହେଉଛି ।

Leave a comment