ଟ୍ରେନ ଚାଳକଙ୍କ ନାଁରେ ଏତଲା ଦେଲା ବନବିଭାଗ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକଲି ରାତିରେ ଟ୍ରେନ ଦୁର୍ଘଟଣାରେ ହାତୀ ମୃତ୍ୟୁ ଘଟଣାରେ ଡ୍ରାଇଭର ନାଁରେ ଏତଲା ଦେଲା ବନବିଭାଗ । ଏହା ସହ ଏହି ଘଟଣାର ଅଧିକ ତଦନ୍ତ ଚଳାଇଛି ବନବିଭାଗ ।
ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୦ଟା ବେଳେ କେନ୍ଦୁଝର ସଦର ବ୍ଲକ ନାରଣପୁର ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ ଧକ୍କାରେ ଗୋଟିଏ ମାଈ ହାତୀର ମୃତ୍ୟୁ ହୋଇଥିଲା । ଏହି ସମୟରେ ହାତୀ ଗୁଡିକ ଦଳହୋଇ ରେଳଧାରଣା ପରି ହେଉଥିଲେ । ସୌଭାଗ୍ୟ ବଶତଃ ଅନ୍ୟ ହାତୀ ଗୁଡିକ ରକ୍ଷା ପାଇଯାଇଥିଲେ ।
ଏହି ଦୁର୍ଘଟଣାକୁ କେନ୍ଦ୍ର କରି କେନ୍ଦୁଝର ଡିଏଫଓ ସୂଚନା ଦେଇ କହିଛନ୍ତି କି ବନବିଭାଗ ତରଫରୁ ଟ୍ରେନ ଡ୍ରାଇଭର ନାଁରେ ଏତଲା ଦିଆଯାଇଛି । ଏବଂ ଘଟଣାର ଅଧିକ ତଦନ୍ତ ଚାଲିଛି ।