ସାଂସଦ ଅପରାଜିତାଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମାଜସେବୀ ଯୋଗେଶ ଚନ୍ଦ୍ର ଜେନା ଓ ମଲ୍ଲିକ୍ ସମିମ ଅଖତର ଙ୍କ ଦ୍ଵାରା ଭୁବନେଶ୍ଵର କ୍ୟାପିଟାଲ ଥାନାରେ ଆଜି ସାଂସଦ ଅପରାଜିତା ଷଢଙ୍ଗୀଙ୍କ ନାଁରେ ଏତଲା ଦାଏର ହୋଇଛି । ସାଂସଦ ଅପରାଜିତା ତିନି ତିନି ଥର ସରକାରଙ୍କ କ୍ବାରେଣ୍ଟାଇନ୍ ନିୟମ ଅବମାନନା କରିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ସାଂସଦ ସରକାରଙ୍କ ନିୟମକୁ ଅବମାନନା କରି ମେ ୨୨ ତାରିଖରେ ନିଜ ବାସଭବନରେ ସାମାଜିକ ଦୂରତା ନମାନି ଜଣେ ନିକଟତର କର୍ମୀଙ୍କ ଜନ୍ମଦିନ ପାଳନ କରିଥିଲେ ଯାହାକି ପର ମୁହୂର୍ତ୍ତରେ ସୋସିଆଲ ମିଡ଼ିଆରେ କର୍ମୀମାନଙ୍କ ଦ୍ଵାରା ଭାଇରାଲ୍ ହେଇଥିଲା । ଏହା ସାଧରଣ ଜନତା, ଯେଉଁ ମାନେ କୋଭିଡ-୧୯ ନିୟମ ପାଳନ କରୁଛନ୍ତି ତାଙ୍କ ମଧ୍ୟରେ ପ୍ରଶ୍ନର ରୂପ ନେଇଥିଲା ।

ସେହିପରି ଦ୍ୱିତୀୟ ଥର ପଲାସପଲି ଠାରେ ନିଜ ନୂତନ ଅଫିସ ଶୁଭାରମ୍ଭ ସମୟରେ ମଧ୍ୟ ସାଂସଦ ସାମାଜିକ ଦୂରତା ନିୟମ ପାଳନ ନକରି ସେଲ୍ଫି ଉଠାଇବାରେ ବ୍ୟସ୍ତ ଥିବା ଅଭିଯୋଗ ଆସିଥିଲା ।

ଖାଲି ସେତିକି ନୁହେଁ ଗତ କାଲି ଜୁନ ତା ୩ରିଖ ରେ ସାଂସଦ ଅପରାଜିତା ନିଜର ସାଙ୍ଗଠନିକ କାର୍ଯ୍ୟକ୍ରମ କରିଥିଲେ। ଯେଉଁଥିରେ ଅନେକ କର୍ମୀ ଯୋଗ ଦେଇଥିଲେ ଯାହାକି ଖୋଲାଖୋଲି ଭାବେ କୋଭିଡ୍ ନିୟମର ଉଲ୍ଲଙ୍ଘନର ପୁଣି ଏକ ନମୁନା ଦର୍ଶାଇଥିଲା। ଏଥିପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏତଲା ରେ ଅନୁରୋଧ କରାଯାଇଛି।

ଅପରପକ୍ଷରେ ସାଂସଦ ଅପରାଜିତା କୋଭିଡ ନିୟମ ଭାଙ୍ଗିଥିବାରୁ ଜୋରିମାନା ଦେବାକୁ ସ୍ଥିର କରିଥିବା ଟ୍ୱିଟ ମାଧ୍ୟମରେ ସୂଚନା ଦେଇଛନ୍ତି ।

Leave a comment