ଶେଷରେ ଗଡ଼ିଲା ବଳଦେବଜୀଉଙ୍କ ରଥ

0

ଶେଷରେ ଦୀର୍ଘ ୩ଦିନ ପରେ ଗଡିଲା କେନ୍ଦ୍ରାପଡ଼ାର ଶ୍ରୀସିଦ୍ଧ ବଳଦେବଜୀଉଙ୍କ ବ୍ରହ୍ମତାଳଧ୍ୱଜ ରଥ ।

ଶ୍ରୀଗୁଣ୍ଡିଚାର ତିନି ଦିନ ପରେ ବି ମାଉସୀମା ମନ୍ଦିରରେ ପହଞ୍ଚି ପାରୁନଥିଲା । ରଥ ମୋଡ ବିଦ୍ୟୁତ୍ ଖୁଣ୍ଟ, ଡ୍ରେନ୍ ଉପରକୁ ମାଡି ରହି ଯାଇଥିଲା । ପାରାଦୀପରୁ ରେଳବାଇ କର୍ମଚାରୀ ଆସି ଜାକ୍ ସାହାଯ୍ୟରେ ରଥକୁ ଆଗକୁ ଗଡେଇବା ପାଇଁ ଉଦ୍ୟମ କରିଥିଲେ ।

ଆଜି ପୁଣି ରଥ ଟଣା ଆରମ୍ଭ ହୋଇଛି । ସାରା ରାଜ୍ୟରେ ତୁଳସୀକ୍ଷେତ୍ର ଭାବେ ପରିଚିତ କେନ୍ଦ୍ରାପଡ଼ାର ପ୍ରଭୁସିଦ୍ଧ ବଳଦେବଜୀଉଙ୍କ ରଥଯାତ୍ରାରେ ଏକ ସ୍ୱତନ୍ତ୍ର ପରମ୍ପରା ରହିଛି ।

ଏଠାରେ ଶ୍ରୀଗୁଣ୍ଡିଚା ପରଦିନ ବ୍ରହ୍ମ ତାଳଧ୍ୱଜ ରଥ ମାଉସୀ ମା’ ମନ୍ଦିରରେ ପହଂଚିଥାଏ । ତେଣୁ ଶୁକ୍ରବାର ଅନୁଷ୍ଠିତ ଶ୍ରୀଗୁଣ୍ଡିଚାର ହଜାର ହଜାର ଭକ୍ତ ମାତ୍ର ଶହେ ମିଟର ରଥ ଟାଣି ଆଗକୁ ନେଇଥିଲେ । ଦେବୋତର କାର୍ଯ୍ୟାଳୟ ନିକଟରେ ରଥ ଅଟକି ରହିଥିଲା । ପରେ ଶନିବାର ପୁଣି ଥରେ ରଥ ଟଣା ହୋଇଥିଲା । ହେଲେ ରଥ ମୋଡ ନେଇ ବଡ଼ଦାଣ୍ଡ ପାଖ ବିଦ୍ୟୁତ୍ ଖୁଣ୍ଟରେ ଲାଗି ଯାଇଥିଲା । ଏହା ପରେ ରବିବାର ରଥ ଟଣା ହେବ ବୋଲି ଘୋଷଣା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା ।

Leave a comment