ଫିଲ୍ମ ଷ୍ଟାଇଲରେ ବରିଷ୍ଠ ନାଗରିକଙ୍କ ଠାରୁ ଲୁଟ

0

ଓଡ଼ିଶା ଫାଷ୍ଟ ବ୍ୟୁରୋ : ଦିନକୁ ଦିନ ପୋଲିସକୁ ଖୋଲାଖୋଲି ଚାଲେଞ୍ଜ ଦେଉଛନ୍ତି ଲୁଟେରା । ଫିଲ୍ମ ଷ୍ଟାଇଲରେ ବରିଷ୍ଠ ନାଗରିକଙ୍କ ଠାରୁ ୬୦ ଗ୍ରାମ ସୁନା ଚେନ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏଭିଳି ଘଟଣା ଦେଖିବାକୁ ମିଳିଛି ଜନଗହଳି ସହର କୁହାଯାଉଥିବା କଟକର ଦୋଳମୁଣ୍ଡାଇ ଛକ ପାଖରେ । ଆଜି ପ୍ରାୟ ଦିନ ୧୨.୩୦ମିନିଟ ସମୟରେ କଟକ କଲେଜ ଛକ ଅଞ୍ଚଳର ବିଜୟ କୁମାର ସାହୁ ସ୍କୁଟରରେ ଦୋଳମୁଣ୍ଡାଇ ଆଡ଼କୁ ଆସୁଥିବା ବେଳେ ହଟାତ ଦୁଇଜଣ ପୋଲିସ ତାଙ୍କୁ ଅଟକାଇଥିଲେ । ସେ ଗାଡ଼ି ରଖିଥିଲେ ଦୁଇଜଣ ଲୁଟେରା ତାଙ୍କୁ ହିନ୍ଦୀରେ ଭାଷାରେ ପୋଲିସ ବୋଲି ପରିଚୟ ଦେଇଥିଲେ ସଚେତନ କରିବା ଉଦେଶ୍ୟରେ କହିଥିଲେ ଆପଣ ଜଣେ ବରିଷ୍ଟ ନାଗରିକ ହୋଇ ଏତେ ମୋଟା ସୁନା ଚେନ ପକାଇ ବୁଲୁଛନ୍ତି ।

ଏବେ ଦିନ ବେଳା ଯେଉଁଭଳି ଭାବରେ ଲୁଟ ହେଉଛି କହି ତାଙ୍କୁ ଭୟ ଦେଖାଇଥିଲେ । ଆପଣ ଏ ସୁନାକୁ ଓଲ୍ହାଇ ଗାଡ଼ି ଡ଼ିକିରେ ରଖିଦିଅନ୍ତୁ ବରିଷ୍ଟ ନାଗରିକ ଜଣକ ପୋଲିସ ବାବୁଙ୍କ କଥାମାନି ଚେନକୁ କାଢ଼ି ଗାଡ଼ି ଡିକିରେ ରଖିବା ବେଳେ ଜଣେ ବିଜୟଙ୍କୁ ସଚେତନ ବିଷୟରେ ବୁଝାଉଥିବା ବେଳେ ଆଉଜଣେ ସୁନା ଚେନକୁ ଧରି ଫେରାର ହୋଇଯାଇଥିଲେ । ଏହାପରେ ବିଜୟ ଥାନାରେ ଏତଲା ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେହି ସ୍ଥାନରେ ଥିବା ଦୋକାନ ଗୁଡିକରେ ଲାଗିଥିବା ସିସିଟିଭିକୁ ଅଧିକ ତଦନ୍ତ ପାଇଁ ଯାଞ୍ଚ କରାଯାଉଥିବା ଜଣାପଡିଛି ।

Leave a comment