ଆଇପିଏସ ଅଫିସର ଅମିତାଭ ଠାକୁରଙ୍କ ଶଶୁରଙ୍କ ପରଲୋକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବରିଷ୍ଠ ଆଇପିଏସ ଅଫିସର ଅମିତାଭ ଠାକରୁରଙ୍କ ଶଶୁର କେ.ଏସ. ରାଜହଂସଙ୍କର ଦେହାନ୍ତ ହୋଇଯାଇଛି । ଶ୍ରୀ ରାଜହଂସ ୧୯୬୩ ବ୍ୟାଚର ଆଇଏଫଏସ ଅଫିସର ଥିଲେ । ସେ କିଛି ବର୍ଷ ତଳେ ଅବସର ନେଇଥିଲେ । ସେ କର୍କଟ ରୋଗରେ ପିଡିତ ଥିଲେ ଏବଂ ମୁମ୍ବାଇରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତିରେ ତାଙ୍କ ମୃତ୍ୟୁ ହୋଇଯାଇଛି । ତାଙ୍କ ମୃତ୍ୟୁରେ ପ୍ରଶାସନିକ ମହଲରେ ଶୋକର ଛାୟା ଖେଳିଯାଇଛି ।

ଶ୍ରୀ ରାଜହଂସ ଜଣେ ଅତ୍ୟନ୍ତ ଭଦ୍ର ଓ ମେଳାପୀ ଅଫିସର ଥିଲେ । ତାଙ୍କ ଚାକିରି କାଳ ମଧ୍ୟରେ ସେ ବିଭିନ୍ନ ପଦପଦବୀରେ ବେଶ ସଫଳତାର ସହ କାର୍ଯ୍ୟ କରିଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଜଙ୍ଗଲ ବିଭାଗରେ ସେ ଗ୍ରହଣ କରିଥିବା କିଛି ପଦକେ୍ଷପକୁ ଏବେବି ତାଙ୍କ ସହ କାମ କରିଥିବା ଅଧିକାରୀମାନେ ଝୁରୁଛନ୍ତି । ଜଙ୍ଗଲ ଅାଇନ କାନୁନ ଭିଷୟରେ ସେ ଥିଲେ ଅତି ବିଚକ୍ଷଣ । ସବୁଠାରୁ ବଡ କଥା ହେଉଛି ସେ ଥିଲେ ଜଣେ ଲୋକକୈନ୍ଦ୍ରିକ ପ୍ରଶାସକ । ଯେଉଁଥିପାଇଁ ସେ ଯେଉଁଠି ବି କାମ କଲେ ସେଠାରେ ସେ ସୁନାମ ଅର୍ଜନ କରିଛନ୍ତି ।

Leave a comment