ସପ୍ତାହକୁ ଗୋଟିଏ ଦିନ ଉପବାସ କଲେ ମିଳିଥାଏ ଏଭଳି ଫାଇଦା, କ’ଣ ସତରେ ପତଳା ହେବାରେ ସାହାଯ୍ୟ କରେ ଆସନ୍ତୁ ଜାଣିବା ?
ଉପବାସ କରିବା କେବଳ ଆଧ୍ୟାତ୍ମିକ ଭାବରେ ଆବଶ୍ୟକ ନୁହେଁ l ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଆବଶ୍ୟକ l ହିନ୍ଦୁ ଧର୍ମରେ କୌଣସି ନା କୌଣସି ପୂଜା ପର୍ବ ବର୍ଷ ବର୍ଷ ଧରି ଚାଲିଥାଏ l ଏହାର ଅନେକ ଗୁଡିଏ ଲାଭ ମଧ୍ୟ କୁହାଯାଇଛି l ମେଡିକାଲ ସାଇନ୍ସ ରେ ଇଣ୍ଟର ମିଡିଏଟ ଫାଂଷ୍ଟିଙ୍ଗ କୁ ନେଇ ଅନେକ ଗୁଡିଏ ଗବେଷଣା କରାଯାଇଛି l ଅନେକ ଗବେଷକ ଉପବାସ କୁ ଶରୀର ପାଇଁ ହିତକର ମଧ୍ୟ କହିଛନ୍ତି l ଗବେଷକ ଙ୍କ ମତରେ ସପ୍ତାହ କୁ ମାତ୍ର ଗୋଟିଏ ଦିନ ଉପବାସ ନିହାତି କରିବା ଜରୁରୀ l ଆସନ୍ତୁ ଜାଣିବା ସପ୍ତାହ କୁ ଗୋଟିଏ ଦିନ ଉପବାସ କରିବା ଦ୍ୱାରା କେଉଁସବୁ ଲାଭ ମିଳିଥାଏ l
ସପ୍ତାହ ରେ ଗୋଟିଏ ଦିନ ଉପବାସ କରିବାର ପ୍ରଭାବ –
ଯେତେବେଳେ ଆମେ ସପ୍ତାହ ରେ ଗୋଟିଏ ଦିନ ଉପବାସ କରିଥାଉ ଓ ୨୪ ଘଣ୍ଟା ଭୋଜନ କରିନଥାଉ, ସେତେବେ ଆମ ଏନର୍ଜି ପାଇଁ ଶରୀର ରେ ଜମା ରହିଥିବା ଫ୍ୟାଟ କାମରେ ଆସିଥାଏ l ଏହି ଉପବାସ ସମୟ ରେ ଆମେ କୌଣସି ଖାଦ୍ୟ ଗ୍ରହଣ ନକରି କେବଳ ଜଳ ଗ୍ରହଣ କରିବା ଜରୁରୀ l ଯଦି ଆମେ ଚାହିଁବା ତେବେ ଯେ କୌଣସି କ୍ୟାଲୋରୀ ବିହୀନ ଡ୍ରିଂକ୍ସ ସେବନ କରିପାରିବା l
– ଆଣେ ରିସର୍ଚ୍ଚ ରୁ ଜଣା ପଡିଛି ଯେ ଏପରି କରିବା ଦ୍ୱାରା ଓଜନ ହ୍ରାସ ହୋଇଥାଏ ଓ ଆମ ମେଟାବୋଲିଯିମ ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ l ଏହାଛଡା ହାର୍ଟ ର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ହିତକର l
-କ’ଣ ଉପବାସ ରେ ଓଜନ ହ୍ରାସ ହୋଇଥାଏ –
– ଗବେଷକ ଙ୍କ ମତରେ ସପ୍ତାହ ରେ ଗୋଟିଏ ଦିନ ଉପବାସ ରହିବ ଦ୍ୱାରା ଓଜନ ହ୍ରାସ ପାଇଁ ସାହାଯ୍ୟ ମିଳିଥାଏ l କିନ୍ତୁ ଏଥିପାଇଁ ଠିକ ଉପାୟ ଜଣାଥିବା ଜରୁରୀ l ଉପବାସ ସମୟରେ ଅଧିକ ରୁ ଅଧିକ ପାଣି ପିଇବା ଜରୁରୀ ଯାହାକି ପରିଶ୍ରା ମାଧ୍ୟମ ରେ ଶରୀର ଡ଼ିଟକ୍ସ ହୋଇଥାଏ l
– ୨୪ ଘଣ୍ଟା ପର୍ଯ୍ୟନ୍ତ ଉପବାସ ରହିବ ଦ୍ୱାରା ହାର୍ଟ ମଧ୍ୟ ସୁସ୍ଥ ରହିଥାଏ l ଏହି ଅଧ୍ୟୟନ ରେ ଜୀବଜନ୍ତୁ ଙ୍କୁ ନିଆଯାଇ ଅଧ୍ୟୟନ କରାଯାଇ ଥିଲା l ଯେଉଁଥିରେ ଜଣା ପଡିଥିଲା ଯେ ସପ୍ତାହ କୁ ଠାରେ ଉପବାସ କରିବା ଦ୍ୱାରା କ୍ୟାନ୍ସର ଭଳି ମାରାତ୍ମକ ବ୍ୟାଧି ରୁ ଦୁରେଇ ହୋଇ ରହିବା l