ଚୀନ ସହାୟତାରେ କାଶ୍ମୀରରେ କାର୍ଯ୍ୟକାରୀ ହେବ ଧାରା ୩୭୦: ଫାରୁକ ଅବଦୁଲ୍ଲା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଜାମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ନେତା ଫାରୁକ୍ ଅବଦୁଲ୍ଲା ରବିବାର ଦେଇଥିବା ବିବାଦୀୟ ବିବୃତି ପରେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି । ଦେଶର ବିଭିନ୍ନ ଅଞ୍ଚଳରେ ତାଙ୍କ ମନ୍ତବ୍ୟକୁ ବିରୋଧ କରାଯିବା ଆରମ୍ଭ ହୋଇଛି । ଚୀନ ସମର୍ଥନରେ ଜାମ୍ମୁ କାଶ୍ମୀରରେ ଧାରା ୩୭୦ ପୁଣି କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ଅବଦୁଲ୍ଲା ମନ୍ତବ୍ୟ ଦେଇଛନ୍ତି। ପୂର୍ବରୁ ଜାମ୍ମୁକାଶ୍ମୀରରେ ଧାରା ୩୭୦ର ପୁନଃବାହାଲ ନିମନ୍ତେ ଫାରୁକ୍ ବିଭିନ୍ନ ସମୟରେ ଦାବି କରି ଆସୁଥିଲେ । ଗତ ସଂସଦ ଅଧିବେଶନ ସମୟରେ ମଧ୍ୟ ସେ ଅନୁରୂପ ଦାବି କରିଥିଲେ । ମାତ୍ର ଏଥର ଚୀନ ସମର୍ଥନରେ ଧାରା ୩୭୦ ପୁନଃ କାର୍ଯ୍ୟକାରୀ ହେବା କହିବା ବିବାଦ ସୃଷ୍ଟି କରିଛି ।