ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ଚାଷୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଟୋକନ ବ୍ୟବସ୍ଥା ଉଛେଦ ଦାବିରେ ସମ୍ବଲପୁରରେ ଆନ୍ଦୋଳନ କରୁଥିବା ଚାଷୀ ଆନ୍ଦୋଳନରୁ ଓହରିଛନ୍ତି । ମନ୍ତ୍ରୀଙ୍କ ସହ ଆଲୋଚନା ପରେ ସେମାନେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି ।

ସୂଚନା ଅନୁଯାୟୀ, ଟୋକନ୍ ବ୍ୟବସ୍ଥାକୁ ବିରୋଧ କରି ପଶ୍ଚିମ ଓଡ଼ିଶାର ଚାଷୀ ସଙ୍ଗଠନ ଆନ୍ଦୋଳନ କରିଥିଲେ । ‘ଚାଷୀ ବିନା ଟୋକନରେ ଧାନ ଆଣିଲେ ମଧ୍ୟ କିଣାଯିବ । ଧାନି ବିକ୍ରି ପାଇଁ କୌଣସି ସମୟ ସୀମା ଧାର୍ୟ୍ୟ କରାଯିବନି’ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେବାପରେ ଚାଷୀ ଆନ୍ଦୋଳନରୁ ଓହରିଛନ୍ତି ।

କିଛିଦିନ ହେବ ଟୋକନ ବ୍ୟବସ୍ଥାକୁ ବିରୋଧ କରି ପଶ୍ଚିମ ଓଡ଼ିଶାରେ ଚାଷୀ ଆନ୍ଦୋଳନ ତେଜିବାରେ ଲାଗିଥିଲା । ସମ୍ବଲପୁରର ବରେଇପାଲିରେ ରାସ୍ତା ଉପରେ ଗାଡିରେ ଧାନବସ୍ତା ରଖି ଧାରଣାରେ ବସିଥଲେ ଚାଷୀ । ଡିଆଇଜିଙ୍କ ସହିତ ଆଲୋଚନା ବିଫଳ ହେବା ପରେ ଓଡିଶା କୃଷକ ସମନ୍ୱୟ ସମିତି ଚାଷୀ ସଂଗଠନ ଆନ୍ଦୋଳନ କରିଥିଲେ । ଅପରପକ୍ଷରେ ଚାଷୀଙ୍କୁ ମନାଇବା ପାଇଁ ଶାସକ ଦଳ ଉପ-ମୁଖ୍ୟସଚେତକ ରୋହିତ ପୂଜାରୀ ଆନ୍ଦୋଳନ ସ୍ଥଳରେ ପହଁଚି ଚାଷୀଙ୍କୁ ବୁଝାସୁଝା କରିଥିଲେ ।

Leave a comment