ଚାଷୀ ଆନ୍ଦୋଳନ; ଚାଲିଗଲା ଜଣେ ପୋଲିସ ଅଧିକାରୀଙ୍କ ଜୀବନ

0

ହରିଆଣା ଶମ୍ଭୁ ବର୍ଡରରେ ଚାଷୀ ଆନ୍ଦୋଳନ ଜାରି ରହିଛି । ବିଭିନ୍ନ ଦାବି ନେଇ ଏସକେଏମ୍ ସମେତ ବିଭିନ୍ନ କୃଷକ ସଂଗଠନ ‘ଦିଲ୍ଲୀ ଚଲୋ’ଡାକରା ଦେଇ ବିରୋଧ ପ୍ରଦର୍ଶନ କରୁଛନ୍ତି । ଏହି ଆନ୍ଦୋଳନ ସମୟରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ଗତକାଲି ପଞ୍ଜାବର ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ବେଳେ ପରେ ଶମ୍ଭୁ ସୀମାରେ ନିୟୋଜିତ ଜଣେ ପୋଲିସ ଅଧିକାରୀଙ୍କର ମଧ୍ୟ ଦେହାନ୍ତ ହୋଇଛି । ତେବେ ଅସୁସ୍ଥତା ହେତୁ ତାଙ୍କ ମୃତ୍ୟୁ ହୋଇଥିବା ବୋଲି ସୂଚନା ରହିଛି ହେଲେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନାହିଁ ।

ପଞ୍ଜାବ-ହରିୟାଣା ଠାରୁ ଦିଲ୍ଲୀ ଯାଉଥିବା କୃଷକ ଗୋଷ୍ଠୀକୁ ବର୍ତ୍ତମାନ ଶମ୍ଭୁ ସୀମାରେ ପୋଲିସ ଏବଂ ସାମରିକ ବାହିନୀ ଅଟକାଇଛନ୍ତି। ଏହି ସମୟରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ସମୟରେ ଶମ୍ଭୁ ସୀମାରେ ପୋଷ୍ଟ ହୋଇଥିବା ହରିୟାଣା ପୋଲିସର ଜଣେ ସବ୍-ଇନ୍ସପେକ୍ଟରଙ୍କ ମୃତ୍ୟୁ ଘଟିଛି।

Leave a comment