ମାଟ୍ରିକ୍ ପରୀକ୍ଷାର ମିଛ ଖବର: ଗଣଶିକ୍ଷା ମନ୍ତ୍ରୀଙ୍କ ନାଁରେ ଫେକ୍ ଟ୍ୱିଟର ଆକାଉଣ୍ଟ, ଦଶମ ପରୀକ୍ଷାର ଫେକ୍ ପ୍ରୋଗ୍ରାମ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନାଁରେ ନକଲି ଟୁଇଟର ଆକାଉଣ୍ଟ । ଏପରି କରିଛନ୍ତି ଜଣେ ଦୁର୍ବୃତ୍ତ । ଦୁର୍ବୃତ୍ତ ଜଣକ ଜୁନ ୧୪ରେ ମାଟ୍ରିକ ପରୀକ୍ଷା ହେବ ବୋଲି ଟୁଇଟରେ ସେୟାର କରିଛି। ପ୍ରଥମେ ଏହାକୁ ବାତିଲ କରାଯାଇଥିବା ବେଳେ ପରେ ବୈଠକ କରାଯାଇ ନିଷ୍ପତ୍ତି ନିଆଯାଇଛି ଯେ, ମାଟ୍ରିକ ପରୀକ୍ଷା ଜୁନ ୧୪-୨୬ ପର୍ଯ୍ୟନ୍ତ ହେବ ।
ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଏଭଳି ଟୁଇଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏନେଇ ତାଙ୍କୁ ସମାଲୋଚନା କରାଯିବା ପରେ ଏବେ ପ୍ରକୃତ ସତ ସାମ୍ନାକୁ ଆସିଛି । କେହି ଜଣେ ଦୁର୍ବୃତ୍ତ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନାଁରେ ନକଲି ଟୁଇଟର ଆକାଉଣ୍ଟ ଖୋଲି ଏଭଳି ଲେଖିଥିବା ଜଣାପଡ଼ିଛି । ଏନେଇ ସ୍ପଷ୍ଟ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ ନିଜ ନକଲି ଟୁଇଟର ଆକାଉଣ୍ଟରେ ଟୁଇଟ କରାଯାଇଥିବା ଲେଖାର ସ୍କ୍ରିନସଟ ନେଇ ଅସଲି ଟୁଇଟର ଆକାଉଣ୍ଟରେ ସେୟାର କରିଛନ୍ତି । ଏହାସହ ସେ ଲେଖିଛନ୍ତି, କେହି ଜଣେ ବଦମାସ୍‌ ମୋ ନାମରେ ଫେକ୍‌ ଆକାଉଣ୍ଟ୍‌ ଖୋଲି ଏସବୁ ମିଥ୍ୟା ପୋଷ୍ଟ କରି ପ୍ରଚାର କରୁଛି । ଏସବୁଠୁ ଦୂରେଇ ରୁହିବାକୁ ସମସ୍ତଙ୍କୁ ମୋର ଅନୁରୋଧ ।

Leave a comment