ମୁଖ କୁଞ୍ଚନ ସମସ୍ୟା ଧନିଆ ପତ୍ର କମ୍ କରେ
ବୟସ ବଢିବା ସଙ୍ଗେସଙ୍ଗେ ତ୍ବଚାରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦିଏ । ଖାସକରି ମୁହଁରେ କୁଞ୍ଚନ ପଡିବା ଆରମ୍ଭ ହୋଇଥାଏ । କିନ୍ତୁ ଆପଣମାନେ ଜାଣନ୍ତି କି, ମୁଖ କୁଞ୍ଚନରୁ ଦୂରେଇ ରଖିବାରେ କେମିତି ସାହାଯ୍ୟ କରେ ଧନିଆ ପତ୍ର । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।
– ଚାଉଳ ଚୂନା ସହିତ ଧନିଆ ପତ୍ର ପେଷ୍ଟ ଏବଂ ଅଳ୍ପ ଲେମ୍ବୁ ରସ ମିଶାଇ ତ୍ବଚାରେ ଲଗାଇବେ। ଏହା ଶୁଖିବା ପରେ, ତ୍ବଚାକୁ ଧୋଇ ସଫା କରିବେ । ଏପରି କରିବା ଦ୍ବାରା, ମୁଖ କୁଞ୍ଚନ ସମସ୍ୟା କମ୍ ହୋଇଥାଏ ।
– ଧନିଆ ପତ୍ରରୁ ପ୍ରସ୍ତୁତ ପେଷ୍ଟରେ, ଆଲୋଭେରା ଜେଲ ଏବଂ ଲେମ୍ବୁ ରସ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରିବେ । ତାପରେ ଏହି ପେଷ୍ଟକୁ ନେଇ ତ୍ବଚାରେ ଲଗାଇ ୨୦ ରୁ ୨୫ ମିନିଟ ଯାଏଁ ଛାଡିବେ । ତାପରେ ସଫା ପାଣିରେ ତ୍ବଚାକୁ ଧୋଇବେ । ସପ୍ତାହକୁ ୨ ରୁ ୩ ଥର ଏହାକୁ ତ୍ବଚାରେ ବ୍ୟବହାର କରି ପାରିବେ । ଯାହା ଦ୍ବାରା, ମୁଖ କୁଞ୍ଚନ ସମସ୍ୟା କମ୍ ହୁଏ ।