ଶବ ବ୍ୟବଛେଦ ପୂର୍ବରୁ ତାଡି ନେଲେ ଆଖି !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ଶିଶୁ କନ୍ୟାର ମୃତଦେହରୁ ଆଖି ତାଡି ନିଆଯାଇଥିବା ଅଭିଯୋଗ ଆସିଛି । ଘଟଣାକୁ ନେଇ ମୃତ ଶିଶୁଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯିବା ପରେ ପୁଲିସ ଓ ମେଡିକାଲ କର୍ତ୍ତୃପକ୍ଷ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଏହାକୁ ନେଇ ମେଡିକାଲ ପରିସର ଓ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

ସୂଚନା ଅନୁଯାୟୀ, ଗୁରୁବାର ରାତିରେ ବଅଁରପାଳ ବ୍ଲକ୍‌ ନୂଆହତା ଗାଁର ଜନୈକ ବ୍ୟକ୍ତିଙ୍କ ୪ ବର୍ଷର ଝିଅକୁ ଅସୁସ୍ଥତା କାରଣରୁ ଅନୁଗୋଳର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାର ମୃତ୍ୟୁ ହୋଇଥିଲା । ଝିଅଟିର ମୃତଦେହ ନେଇ ଘରକୁ ଆସିବା କିଛି ସମୟ ପରେ ଝିଅର ପାଦ ହଲୁଥିବାଦେଖି ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ମଧ୍ୟ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଏହା ପରେ ବ୍ୟବଚ୍ଛେଦ ପାଇଁ ଶବକୁ ଡାକ୍ତରଖାନାର ମର୍ଗ ରୁମ୍‌ରେ ରଖାଯାଇଥିଲା । ମାତ୍ର ସକାଳୁ ମୃତଦେହରେ ଆଖି ନଥିବା ଓ ନାକରେ କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ଜନସାଧରଣରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ମୃତଦେହରୁ ଆଖି ଗଲା କେଉଁଆଡ଼େ ?

Leave a comment