ରାଜ କିଶୋର ଶର୍ମାଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦାୟିତ୍ୱ
ଆଇଏଏସ୍ ସ୍ତରରେ ବଡ ଧରଣର ଅଦଳ ବଦଳ

ଆଇଏଏସ୍ ସ୍ତରରେ ବଡ ଧରଣର ଅଦଳ ବଦଳ । ୧୯୮୭ ବ୍ୟାଚ୍ ଆଇଏଏସ୍ ରାଜ କିଶୋର ଶର୍ମାଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦାୟିତ୍ୱ ମିଳିଛି। ସେହିପରି ୧୯୯୦ ବ୍ୟାଚ୍ ଆଇଏଏସ୍ ଅଫିସର ସଞ୍ଜୀବ ଚୋପ୍ରା ହେଲେ କୃଷି ଉତ୍ପାଦନ କମିଶନର ଶ୍ରୀ ଚୋପ୍ରାଙ୍କୁ କୃଷି ବିଭାଗର ଅତିରିକ୍ତ ଦାୟିତ୍ୱ। ୧୯୯୧ ବ୍ୟାଚ୍ ଆଇଏଏସ୍ ମଧୁସୂଦନ ପାଢୀଙ୍କୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଦାୟିତ୍ୱମିଳିଥିବା ବେଳେ ୧୯୯୧ ବ୍ୟାଚ୍ ଆଇଏଏସ୍ ସତ୍ୟବ୍ରତ ସାହୁ ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ପ୍ରମୁଖ ସଚିବ ୧୯୯୪ ବ୍ୟାଚ୍ ଆଇଏଏସ୍ ରଞ୍ଜନା ଚୋପ୍ରାଙ୍କୁ ଏମଏସଏମଇ ବିଭାଗର ଅତିରିକ୍ତ ଦାୟିତ୍ୱଏବଂ ୧୯୯୫ ବ୍ୟାଚ୍ ଆଇଏଏସ୍ ହେମନ୍ତ ଶର୍ମାଙ୍କୁ ଅତିରିକ୍ତ ଭାବେ ଇଡ୍କୋ ଅଧ୍ୟକ୍ଷ ଦାୟିତ୍ୱ। ୧୯୯୫ ବ୍ୟାଚ୍ ଆଇଏଏସ୍ ବିଷ୍ଣୁପଦ ସେଠୀ ହେଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଶ୍ରୀ ସେଠୀଙ୍କୁ ଅତିରିକ୍ତ ଭାବେ ବାଣିଜ୍ୟ ଓ ପରିବହନ ବିଭାଗ ଦାୟିତ୍ୱ ୧୯୯୮ ବ୍ୟାଚ୍ ଆଇଏଏସ୍ ସୁରେଶ କୁମାର ବଶିଷ୍ଟଙ୍କୁ ସାଧାରଣ ପ୍ରଶାସନ ବିଭାଗରେ ଓଏସ୍ଡି ଭାବେ ନିଯୁକ୍ତି ୧୯୯୯ ବ୍ୟାଚ୍ ଆଇଏଏସ୍ ଭାଷ୍କର ଜ୍ୟୋତି ଶର୍ମାଙ୍କୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଅତିରିକ୍ତ ଦାୟିତ୍ୱ ୨୦୦୮ ବ୍ୟାଚ୍ ଆଇଏଏସ୍ ଭୂପିନ୍ଦର ସିଂହ ପୁନିଆଙ୍କୁ ଅତିରିକ୍ତ ଭାବେ ଇଡ୍କୋ ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ମିଳିଛି।