ଉଡ଼ାଣ ଭରିଲା ବିଶ୍ବର ସବୁଠୁ ବଡ଼ ଉଡ଼ାଜାହାଜ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଶ୍ବର ସବୁଠୁ ବଡ଼ ବିମାନ ପୁଣି ଥରେ ଉଡ଼ାଣ ଆରମ୍ଭ କରିଛି। ୧୦ ମାସ ପରେ ପୁଣି ଆକଶ ମାର୍ଗରେ ଯାତ୍ରା ଆରମ୍ଭ କରିଛି ବିଶାଳକାୟ ବିମାନ ଏଣ୍ଟୋନୋଭ ଏଏନ-୨୨୫। ମଙ୍ଗଳବାର ଦିନ ଉଡ଼ାଣ ଭରିଥିବା ଏଣ୍ଟୋନୋଭ ବିମାନର ଲମ୍ବ ୮୪ ମିଟର। ମଙ୍ଗଳବାର ସନ୍ଧ୍ୟାରେ ବିମାନଟି ୟୁକ୍ରେନ୍‌ର ରାଜଧାନୀ କିଭ୍‌ର ଗୋଷ୍ଟୋମେଲ୍‌ ଏଣ୍ଟୋନୋଭ୍‌ ଏୟାରପୋର୍ଟରୁ ଉଡ଼ାଣ ଭରିଥିଲା। ଏବେ ଖବର ଲେଖା ହେବା ବେଳେକୁ ଏହା ପଶ୍ଚିମ ଏସିଆ ଉପରେ ପୂର୍ବ ଦିଗକୁ ଗତି କରୁଥିବା ସୂଚନା ମିଳିଛି ।

ସବୁଠୁ ଓଜନିଆ ଏବଂ ଦୀର୍ଘ ସମୟ ଉଡ଼ାଣ କରିପାରିବାର କ୍ଷମତା ରଖିଥିବା ଏହି ବିମାନ ଏଣ୍ଟୋନୋଭ୍‌ ଏୟାରପୋର୍ଟରୁ ପ୍ରସ୍ଥାନ କରିଥିବା ବେଳେ ଏହାକୁ କାସ୍ପିୟାନ୍‌ ସାଗର ଏବଂ ତୁର୍କିମୋନିସ୍ତାନ ଅତିକ୍ରମ କରି ପ୍ରଥମେ ଜର୍ଜିଆ ଏବଂ ପରେ ଆଜରବୈଜାନାର ଦେଖିବାକୁ ମିଳିଥିଲା। ଇଂରାଜୀ ଓ୍ବୋସାଇଟ୍‌ ସିମ୍ପଲ୍‌ ଫ୍ଲାଇଙ୍ଗରୁ ମିଳିଥିବା ଖବର ମୁତାବିକ ଏହି ଏଣ୍ଟୋନୋଭ୍‌ ବିମାନ କାବୁଲ୍‌ର ହାମିଦ କରାଜାଇ ଅନ୍ତର୍ଜାତୀୟ ବିମାନବନ୍ଦର ଆଡ଼କୁ ଯାଉଥିଲା । ଏହା ସହ ବୁଧବାର ବିମାନଟି ଆଫଗାନିସ୍ତାନର ରାଜଧାନୀରେ ଅବତରଣ କରିଛି।

କିନ୍ତୁ ଏନେଇ କୌଣସି ଔପଚାରିକ ସୂଚନା ମିଳିପାରିନାହିଁ। ଅନ୍ୟପଟେ ରାଡାରବକ୍ସ ଡଟ କମ୍‌ ଅନୁସା​‌ରେ ଅଗଷ୍ଟ ୨୦୨୦ ପରେ ବିଶ୍ବର ସବୁଠୁ ବଡ଼ ବିମାନ ଏଏନ-୨୨୫ ମଙ୍ଗଳବାର ପ୍ରଥମ ଉଡ଼ାଣ ଭରିଛି। ଅବିବରୁ ଗୋଷ୍ଟୋମେଲ୍‌ ପାଇଁ ୩ ଅଗଷ୍ଟରେ ଉଡ଼ାଣ ଭରିଥିବା ବିମାନଟିକୁ ଅଧିକ ଖର୍ଚ୍ଚ ପାଇଁ ସେବା ନିବୃତ କରାଯାଇଥିଲା। ଏଣ୍ଟୋନୋଭ୍‌ ଏଏନ-୨୨୫ ଏକ ପ୍ରକାର କାର୍ଗୋ ବିମାନ। ଏହାର ଓ୍ବିଙ୍ଗର ଲମ୍ବ ୮୮.୪ ମିଟର ହୋଇଥିବା ବେଳେ ଏହାର ଉଚ୍ଚତା ୧୮.୨ ମିଟର। ଏହାକୁ ୮୦ ଦଶକରେ ସୋଭିଏତ ସଂଘ ପକ୍ଷରୁ ତିଆରି କରାଯାଇଥିଲା ।

Leave a comment