ଭାଙ୍ଗିଲା ପାକିସ୍ତାନ ସ୍ବପ୍ନ; ଟି-୨୦ ବିଶ୍ୱକପ୍ ଟାଇଟେଲ ହାତେଇଲା ଇଂଲଣ୍ଡ

ମେଲବର୍ଣ୍ଣରେ ଭାଙ୍ଗିଛି ପାକିସ୍ତାନର ସ୍ୱପ୍ନ । ଟି-୨୦ ବିଶ୍ୱକପ୍ ଫାଇନାଲରେ ପାକିସ୍ତାନକୁ ୫ ୱିକେଟରେ ହରାଇ ଇଂଲଣ୍ଡ ଟି-୨୦ ବିଶ୍ୱକପ୍ ର ଟାଇଟେଲ ହାତେଇଛି । ଇଂଲଣ୍ଡ ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱ ବିଜେତା ହୋଇଛି । ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ ୪୯ ବଲରେ ୫୨ ରନର ବିଜୟୀ ପାଳି ଖେଳି ଦଳକୁ ଜିତାଇଛନ୍ତି ।