ରାୟଗଡା ଏନକାଉଣ୍ଟରରେ ଅଭିଯୁକ୍ତ ସହ ଦୁଇ ପୁଲିସ ଅଧିକାରୀ ଆହତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୁଖ୍ୟାତ ଅପରାଧୀ ହଡପା ଶିବାକୁ ଏନକାଉଣ୍ଟର କରିଛି ରାୟଗଡା ପୋଲିସ । ଶିବା ଅନେକ ଦିନରୁ ଅପରାଧ ଜଗତରେ କାୟାବିସ୍ତାର କରି ରହିଥିଲା । ଶିବା ନାଁରେ ୫୦ରୁ ଉର୍ଦ୍ଧ୍ବ ମାମଲା ରହିଛି । ଏହି ଏନକାଉଣ୍ଟରରେ ପୋଲିସ ଏସ.ଆଇ ରିଗଲ କିଣ୍ଡୋ ଓ ଜଣେ କନଷ୍ଟେବଳ ମଧ୍ୟ ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଆଜି ଭୋର ୪ଟା ସମୟରେ ମୋଷ୍ଟ ୱାନଟେଡ଼ ହାଡ଼ିପା ଶିବାକୁ ଏନକାଉଣ୍ଟର କରିଛି ରାୟଗଡା ପୋଲିସ । ଏହି ସମୟରେ ଶିବା ପୋଲିସ ଉପରକୁ ପାଲଟା ଗୁଳି ଚାଳନା କରିଥିଲା । ଫଳରେ ପୋଲିସ ଏସ.ଆଇ ରିଗଲ କିଣ୍ଡୋ ଓ ଜଣେ କନଷ୍ଟେବଳ ଆହତ ହୋଇଥିଲେ । ପୋଲିସ ଗୁଳି ଶିବାର ଗୋଡ଼ରେ ବାଜିଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ଶିବାକୁ ବ୍ରହ୍ମପୁର ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଛି । ଗତ ସପ୍ତାହ ତଳେ ସୁବର୍ଣ୍ଣପୁର ଛାତ୍ରକୁ ଶିବା ନେତୄତ୍ବରେ ଅପହରଣ କରାଯାଇ ଟଙ୍କା ପାଇଁ ମୁଣ୍ଡ ଜାମିନ ରଖିଥିଲା । ପରେ ପୁଲିସ ଉକ୍ତ ଯୁବକକୁ ଉଦ୍ଧାର କରିଥିବା ବେଳେ ୩ ନାବାଳକ ସହିତ ୩ଜଣକୁ ଗିରଫ କରିଥିଲା । ତେବେ ଏହି ଚଢାଉ ସମୟରେ ଶିବା ପୁଲିସ ହାତରୁ ଖସିଯାଇ ଥିଲା । ତେବେ ତା ବିରୁଦ୍ଧରେ ଜାତୀୟ ନିରାପତ୍ତା ଆଇନ ଲାଗୁ କରିବାକୁ ବିଭାଗ ପକ୍ଷରୁ ସରକାରଙ୍କୁ ସୁପାରିଶ କରାଯାଇଛି ।

Leave a comment