୫ଦିନର ସଂଗ୍ରାମ ପରେ ଆଖିବୁଜିଲା ଗଜରାଜ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅନେକ ଚେଷ୍ଟା ପରେ ମଧ୍ୟ ଆଖିବୁଜିଲା ଅସୁସ୍ଥ ମାଈ ହାତୀ । ସବୁପ୍ରକାର ଚିକିତ୍ସା ଫେଲ ମାରିଲା । ୫ଦିନ ଜୀବନ ସହ ସଂଗ୍ରାମ କରି ଶେଷରେ ହରିଗଲେ ଗଜରାଜ । ସେ ହରପିସ୍‌ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି । ବନ ବିଭାଗ ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ, ଗଜରାଜ ଜୀବନ ପ୍ରତି ବିପଦ ମାଡି ଆସୁଛି । ନିକଟରେ ନନ୍ଦନକାନନରେ ହରପିସ୍‌ରେ ହାତୀମୃତ୍ୟୁ ଚିନ୍ତା ବଢାଇଥିବା ବେଳେ ଏବେ ଏହା ରାଜ୍ୟର ଅନ୍ୟ ସ୍ଥାନରେ ଦେଖିବାକୁ ମିଳିଲାନି । କଟକ କୂଅମଡ଼ା ଜଙ୍ଗଲରେ ୫ଦିନ ତଳେ ଏକ ଅସୁସ୍ଥ ମାଈ ହାତୀ ଶୋଇଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ବାସିନ୍ଦା ବନ ବିଭାଗକୁ ଖବର ଦେବାପରେ ବନ ବିଭାଗ କର୍ମଚାରୀମାନେ କୂଅମଡ଼ା ଜଙ୍ଗଲରେ ପହଞ୍ଚି ହାତୀକୁ ଚିକିତ୍ସା କରିଥିଲେ । ଓୟୁଏଟି ଓ ଆସାମରୁ ଆସିଥିବା ବିଶେଷଜ୍ଞ ଟିମ ସେଠାରେ ପହଞ୍ଚି ହାତୀକୁ ଚିକିତ୍ସା କରିଥିଲେ । ହେଲେ ହାତୀଟିର ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ହୋଇନଥିଲା । ଆଜି ହାତୀଟି ପ୍ରାଣ ହରାଇଛି ।

Leave a comment