କରୋନା ମହାମାରୀ ବେଳେ ବଢ଼ିଲା ବିଦ୍ୟୁତ୍‌ ଦର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ମହାମାରୀ ବେଳେ ବଢ଼ିଲା ବିଦ୍ୟୁତ୍‌ ଦର। ଆସନ୍ତା ଅକ୍ଟୋବରରୁ ବର୍ଦ୍ଧିତ ଦର ଲାଗୁହେବ। ବିଜୁଳି ଦର ବୃଦ୍ଧି ନେଇ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗଙ୍କ ନିଷ୍ପତ୍ତି ନେଇଛି। ୟୁନିଟ ପିଛା ୨୦ ପଇସା ଦର ବୃଦ୍ଧି ନେଇ ହୋଇଛି ନିଷ୍ପତ୍ତି। ବର୍ଦ୍ଧିତ ଦରରୁ କୁଟୀର ଜ୍ୟୋତି ଓ ବିପିଏଲ ଚାଷୀ ଉପଭୋକ୍ତା ବାଦ ଦିଆଯାଇଛି।
୫୦ ୟୁନିଟ ପର୍ଯ୍ୟନ୍ତ ଦର ୨ ଟଙ୍କା ୭୦କୁ ବୃଦ୍ଧି। ୧୦୦ ୟୁନିଟ ଯାଏ ୩ ଟଙ୍କା ୬୦, ୨୦୦ ଯାଏ ୪.୦୫ ହେଲା। ସେହିପରି ୩୦୦ ଯାଏ ୪.୫୩, ୪୦୦ ଯାଏ ୪.୭୮ ଓ ୫୦୦ ଯାଏ ୫ ଟଙ୍କାକୁ ବୃଦ୍ଧି କରାଯାଇଛି। ବିଦ୍ୟୁତ ବୃଦ୍ଧି ନେଇ ବିଦ୍ୟୁତ ବିତରକ କମ୍ପାନୀ ଗୁଡ଼ିକ ବାରମ୍ୱାର ଦାବି କରୁଥିଲେ। ଯାହାକୁ ଉପଭୋକ୍ତା ମହାସଂଘ ବିରୋଧ କରିଛି।

Leave a comment