ଗୋଟିଏ ମାସରେ ଆସିଲା ୭ କୋଟି ଟଙ୍କାର ବିଦ୍ୟୁତ ବିଲ୍; ଭୁଲ ବିଲ ପାଇଁ କ୍ଷମା ମାଗିଲା କମ୍ପାନୀ

0

ଗୋଟିଏ ମାସରେ ୭ କୋଟି ଟଙ୍କାର ବିଦ୍ୟୁତ ବିଲ୍ ଆସିବା ଘଟଣାରେ କ୍ଷମା ମାଗିଲା ବିଦ୍ୟୁତ କମ୍ପାନୀ । ମେଲ୍ ଜରିଆରେ ୬ ହଜାର ୫୩୦ ଟଙ୍କାର ନୂଆ ବିଲ୍ ପଠାଇବା ସହ କ୍ଷମା ମାଗିଛି ଟିପିସିଓଡିଏଲ୍ । ଭୁବନେଶ୍ୱର ନୀଳାଦ୍ରି ବିହାର ଅଞ୍ଚଳର ରମାକାନ୍ତ ମିଶ୍ରଙ୍କ ନାଁରେ ୭ କୋଟି ଟଙ୍କାର ବିଲ୍ ଆସିଥିଲା ।

ତେବେ ଏହି ବିଲ୍ଡିଂରେ ଭଡ଼ାରେ ରହୁଛନ୍ତି ଦୁର୍ଗା ପଟ୍ଟନାୟକ । ସେ ଅଭିଯୋଗ କରିଥିଲେ ୨ ମାସ ତଳେ ଟାଟା ପାୱାର ପକ୍ଷରୁ ତାଙ୍କ ଘରେ ସ୍କାର୍ଟ ମିଟର ଲଗା ଯାଇଥିଲା । ସ୍ମାର୍ଟ ମିଟର ଲଗାହେବା ପୂର୍ବରୁ ୭୦୦ରୁ ୧୪୦୦ ଟଙ୍କା ଭିତରେ ବିଲ୍ ଆସୁଥିଲା । ଏପ୍ରିଲ ମାସରେ ଆସିଥିଲା ୬ ହଜାର ଟଙ୍କାର ବିଦ୍ୟୁତ ବିଲ୍ । ଏହାକୁ ଇନଷ୍ଟଲେସନ ଚାର୍ଜ ଭାବି ଅନଲାଇନରେ ପେମେଣ୍ଟ କରିଥିଲେ ଦୁର୍ଗା ପଟ୍ଟନାୟକ । ହେଲେ ଚଳିତ ମାସରେ ବିଲ୍ ଆସିଛି ୭ କୋଟି ୯୦ ଲକ୍ଷ ୩୫ ହଜାର ୪୫୬ ଟଙ୍କା । ଯାହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏ ନେଇ ଟାଟା ପାୱାର ନିକଟରେ ସେ ଅଭିଯୋଗ କରିଥିଲେ ।

Leave a comment