ପଢନ୍ତୁ ରାଜ୍ୟର କେଉଁ କେଉଁ ସହରରେ ଗଡ଼ିବ ବିଦ୍ୟୁତ ଚାଳିତ ବସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ବଢିଚାଲିଥିବା ପ୍ରଦୂଷଣ ରୋକିବାକୁ ସରକାରଙ୍କ ତରଫରୁ ବଡ ଘୋଷଣା କରାଯାଇଛି । ପ୍ରଦୂଷଣ କମାଇବାକୁ ଗଡ଼ିବ ଇଲେକ୍ଟ୍ରି ବସ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ତିନୋଟି ମୁଖ୍ୟ ସହର ଯଥା ଭୁବନେଶ୍ୱର, କଟକ ଓ ପୁରୀରେ ଏହି ବସ ଚଳାଚଳ କରିବ । ଏହାକୁ ନେଇ ବିଧାନସଭାରେ ଘୋଷଣା କରିଛନ୍ତି ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।

ଏହି ବିଦ୍ୟୁତ ଚଳିତ ବସ ଭୁବନେଶ୍ୱର, କଟକ ଓ ପୁରୀ ଆଦି ସହର ଦେଇ ୧୦୦କିମି ପରିସରରେ ଚାଲିବ । ଏହି ସ୍ୱତନ୍ତ୍ର ଯୋଜନା ପାଇଁ ପ୍ରସ୍ତାବ ଦେଇଥିବା ସମସ୍ତ ସଂସ୍ଥାକୁ ଆମନ୍ତ୍ରଣ ଦିଆଯାଇଛି ।ଏହାକୁ ନେଇ ଖୁବ୍ ଶୀଘ୍ର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବ ବୋଲି ପ୍ରସ୍ତାବ ରହିଥିବା ଶ୍ରୀ ପଣ୍ଡା ବିଧାନସଭାରେ କହିଛନ୍ତି । ଏହି ଯୋଜନା ପରିବେଶ ପ୍ରଦୂଷଣକୁ ରୋକିବା ସହିତ ପ୍ରଦୂଷଣ ମୁକ୍ତ ପରିବହନ ବ୍ୟବସ୍ଥା ଉପଲବ୍ଧ କରାଇବ ବୋଲି ଶ୍ରୀ ପଣ୍ଡା ଆଶା ବ୍ୟକ୍ତ କରଛନ୍ତି ।

Leave a comment