ବିଦ୍ୟୁତ ଆଘାତ ଲାଗି ଗୋଟିଏ ପରିବାରର ୬ ମୃତ

0

ଓଡ଼ିଶାଫାଷ୍ଟ (ବ୍ୟୁରୋ): ଆଜି ସକାଳେ ବିଦ୍ୟୁତ୍‌ ଆଘାତ ଲାଗି ଗୋଟିଏ ପରିବାରର ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାରେ ଏହି ଘଟଣା ଘଟିଛି । ଘରେ ପାଣି ଟାଙ୍କି ସଫା କରିବା ବେଳେ ବିଦ୍ୟୁତ୍‌ ଆଘାତ ଲାଗି ଗୋଟିଏ ପରିବାରର ୬ ଜଣ ଲୋକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି । ଆହାତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ଏହି ଗ୍ରାମର ପରିବାରର ଜଣେ ସଦସ୍ୟଙ୍କ ଘରେ ଥିବା ପାଣି ଟାଙ୍କି ସଫା କରିବା ପାଇଁ ଟାଙ୍କି ଖୋଲିଥିଲେ । ଏହି ସମୟରେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ତାଙ୍କୁ ବଞ୍ଚାଇବାକୁ ଯାଇ ଜଣେ ପରେ ଜଣେ ସଦସ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସି ପରିବାରର ୬ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି ।

Leave a comment