*ବିଜେବି ସ୍ଵୟଂଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂଗଠନ ” ବିଜେବି ଫ୍ରେଣ୍ଡସ ” ରେ ଚାଲିଚି ନିର୍ବାଚନ ମାହୋଲ*
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେବି ଫ୍ରେଣ୍ଡସ ହେଉଚି ବିଜେବି ସ୍ଵୟଂଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂଗଠନ। ୧୯୯୨ ମସିହାରେ ବିଜେବି ଫ୍ରେଣ୍ଡସ ପୁରାତନ ଛାତ୍ର ସଂଗଠନ ବିଜେବି ମହାବିଦ୍ୟାଳୟର ଉନ୍ନତିରେ ସହଯୋଗ କରିବାକୁ ଗଢା ଯାଇଥିଲା। ଉଦ୍ଦେଶ୍ୟ ଥିଲା ରାଜନୀତି ରୁ ଉର୍ଦ୍ଧ ରେ ରହି ସମସ୍ତଙ୍କୁ ନେଇ ମହାବିଦ୍ୟାଳୟ ର ଉନ୍ନତି ଦିଗରେ କାମ କରିବା। ଓଡ଼ିଶାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବହୁ ରାଜନେତା ପ୍ରଶାସକ କ୍ରୀଡାବିତ୍ ସାମ୍ବାଦିକ ଏହାର ସଭ୍ୟ ଥିଲେ ମଧ୍ୟ ବିଜେବି ଫ୍ରେଣ୍ଡସ ରାଜନୀତି ରୁ ଉର୍ଦ୍ଧ ରେ କାମ କରି ଆସୁଥିଲେ ଯେଉଁଥିପାଇଁ ସଭ୍ୟ ସଂଖ୍ୟା ବଢ଼ି ଚାଲିଥିଲା। ଯେଉଁମାନେ ସମୟ ଦେଇ ବିଜେବି ଫ୍ରେଣ୍ଡସ କୁ ଗଢ଼ି ଥିଲେ ସମୟ ଚକ୍ରରେ ସେମାନେ ନିଜକୁ ଦୂରେଇ ନେଇଛନ୍ତି।
ଦୀର୍ଘ ଆଠ ବର୍ଷ ହେଲାଣି ବିଜେବି ଫ୍ରେଣ୍ଡସ ରେ ନିର୍ବାଚନ ହୋଇନାହିଁ। ଆଠ ବର୍ଷ ପୂର୍ବରୁ ସଭାପତି ଥିବା ଦେବାଶିଷ ପଟ୍ଟନାୟକ ଓ ସମ୍ପାଦକ ସତ୍ୟବ୍ରତ ଧୂପାଳ ଦୀର୍ଘ ସମୟ ପଦବୀରେ ରହିଲା ପରେ ମଧ୍ୟ ସମସ୍ତଙ୍କୁ ଏକାଠି କରି କାମ କରି ପାରିଲେ ନାହିଁ କି ବିଜେବି ଫ୍ରେଣ୍ଡସ ମାଧ୍ୟମରେ ମହାବିଦ୍ୟାଳୟର ବିକାଶରେ ଆଖି ଦୃଶିଆ କାମ ଶୁନ। ଦୀର୍ଘ ଦିନ ଏକ ଚାଟିଆ ଭାବେ ଅନୈତିକ ଭାବେ ଏ ଦୁହେଁ ପଦବୀ ମାଡିବସି ଥିବାର ଅସନ୍ତୋଷ ବିଜେବି ଫ୍ରେଣ୍ଡସ ପୁରାତନ ଛାତ୍ର ସଂଗଠନ ରେ ଏକ ପ୍ରକାର ପ୍ରତିକୂଳ ବାତାବରଣ ସୃଷ୍ଟି କରିଛି। ମହାବିଦ୍ୟାଳୟର ବିଭିନ୍ନ ଆନୁଷଙ୍ଗିକ କାର୍ଯ୍ୟକ୍ରମରେ କେବଳ ସଭାପତି ସମ୍ପାଦକ ଯୋଗ ଦିଅନ୍ତି ଏପରିକି ଅନ୍ୟ ମାନଙ୍କ ପାଖକୁ ଖବର ପହଞ୍ଚି ନଥାଏ ବିଶେଷ କରି ନାକ ଟିମ୍ ଗସ୍ତ କାଳରେ ପୁରାତନ ଛାତ୍ର ସଂଗଠନ ତଥା ବିଜେବି ଫ୍ରେଣ୍ଡସ କାର୍ଯ୍ୟକର୍ତ୍ତା ସଭ୍ୟ ଙ୍କୁ ଭେଟି ଆଲୋଚନା କରିବା ର ସୂଚୀ ଥିଲେ ମଧ୍ୟ ସଭାପତି ସମ୍ପାଦକ ଏ ବାବଦରେ କାହାକୁ ଖବର ନଜଣେଇ ଦୁହେଁ ଉପସ୍ଥିତ ଥିଲେ। କେବଳ ବିଜେବି ଫ୍ରେଣ୍ଡସ ର ବାର୍ଷିକ ଉତ୍ସବକୁ ଛାଡିଦେଲେ ଅନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ କାହାକୁ ଅବଗତ କରନ୍ତି ନାହିଁ। ଆଗରୁ ମହାବିଦ୍ୟାଳୟ ପରିସରରେ ଥିବା ଷ୍ଟେଜ ରେ ଉତ୍ସବ ପାଳନ କରାଯାଉଥିଲା ବହୁ ସଂଖ୍ୟାରେ ପୁରାତନ ଛାତ୍ର ଛାତ୍ରୀଙ୍କ ଉପସ୍ଥାନ ଦେଖିବାକୁ ମିଳୁଥିଲା ଏକ ଉତ୍ସବର ମାହୋଲ ଅନୁଭୂତି ହେଉଥିଲା । କିନ୍ତୁ ପରେ ସଭାପତି ସମ୍ପାଦକ ଙ୍କ କାର୍ଯ୍ୟକଳାପରେ ବିମୁଖ ପୁରାତନ ଛାତ୍ର ଙ୍କ ଉପସ୍ଥାନ କମିବାରୁ ବାସ୍କେଟ୍ ବଲ ଫିଲ୍ଡ ରେ ଆୟୋଜନ ହେଉଥିଲା ଏଵଂ ଗଲା ଦୁଇ ବର୍ଷ ହେବ ଉପସ୍ଥାନରେ ଦୃତ ହ୍ରାସ କାରଣରୁ ଆର୍ଟସ ବ୍ଲକ ସମ୍ମୁଖ ରାସ୍ତାରେ ଆୟୋଜନ ହେଇ ଆସୁଛି।
ବାରମ୍ବାର ନିର୍ବାଚନ କରିବାକୁ ଦାବି ହୋଇ ଆସୁଥିଲେ ମଧ୍ୟ ସଭାପତି ସମ୍ପାଦକ ବିଭିନ୍ନ ଆଳ ଦେଖାଇ ଟାଳି ଆସୁଥିଲେ। ସମ୍ପାଦକ ସତ୍ୟବ୍ରତ ଧୁପାଳ ଜଣେ ସରକାରୀ ଚାକିରିଆ ହୋଇଥିବାରୁ ନୁଆ ସଭ୍ୟ ହେବାକୁ ଇଛୁକ ପୁରାତନ ଛାତ୍ର ଯୋଗାଯୋଗ କଲେ ରାତି ୮ଟା ପରେ କାର୍ଯ୍ୟାଳୟ କୁ ଆସିବାକୁ କହୁଥିଲେ।ବିଜେବି ଫ୍ରେଣ୍ଡସ ର କାର୍ଯ୍ୟାଳୟ ଖୋଲିବାର କିଛି ନିର୍ଦ୍ଧିଷ୍ଟ ସମୟ ନଥାଏ, ଯେତେବେଳେ ସଭାପତି ସମ୍ପାଦକ ଙ୍କୁ ସମୟ ମିଳେ ସେ ସମୟରେ କାର୍ଯ୍ୟାଳୟ ଖୋଲା ରୁହେ ଏ ଖବର ବି କାହା ପାଖରେ ନଥାଏ। ମହାବିଦ୍ୟାଳୟ ର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଯଦି କୌଣସି ସଭ୍ୟ ବିଜେବି ଫ୍ରେଣ୍ଡସ କାର୍ଯ୍ୟାଳୟ ମଧ୍ୟରେ ବସିକି ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କରନ୍ତି ସଭାପତି ସମ୍ପଦକ କାର୍ଯ୍ୟାଳୟ ଖୋଲାଯାଇ ପାରିବନି ବୋଲି ସିଧା ସିଧା ଶୁଣାଇ ଦିଅନ୍ତି। ନିର୍ବାଚନ କଥା ଉଠିଲେ ଦୁହେଁ ଧରା ଛୁଆଁ ଦେଉ ନଥିଲେ ଏପରିକି ବିଜେବି ଫ୍ରେଣ୍ଡସ ବାଇଲ କୁ ସାଧାରଣରେ ସଭ୍ୟ ମାନଙ୍କୁ ଦେଖାଉ ନଥିଲେ। ସଭାପତି ଦେବାଶିଷ ପଟ୍ଟନାୟକ ଓ ସମ୍ପାଦକ ସତ୍ୟବ୍ରତ ଧୁପାଳ ଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ କିଛି ବରିଷ୍ଠ ସଭ୍ୟ ସୂଚନା ଅଧିକାର ଆଇନ ବଳରେ ତା ୧୧/୦୩/୨୦୨୫ରେ ଖୋର୍ଦ୍ଧା ଜିଲ୍ଲାପାଳ ଙ୍କ ନିକଟରେ ବାଇଲ ପାଇଁ ଦରଖାସ୍ତ ଦାଖଲ କରିଥିଲେ। ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପକ୍ଷରୁ ତା ୦୩/୦୪/୨୦୨୫ ଦିନ ବିଜେବି ଫ୍ରେଣ୍ଡସ ବାଇଲ ର ଏକ କପି ମିଳିଥିଲା। ବାଇଲ କୁ ସର୍ବସାଧାରଣରେ ପ୍ରକାଶ କରିବା ପରେ ସଭାପତି ଦେବାଶିଷ ପଟ୍ଟନାୟକ ନିର୍ବାଚନ ତାରିଖ ଗଡ଼ାଇ ଚାଲିଛନ୍ତି ପ୍ରଥମେ କହିଲେ ରଜ ପୂର୍ବରୁ ନିର୍ବାଚନ ସରିବ ପରେ କହିଲେ ଗଣେଶ ପୂଜା ତାପରେ କହିଲେ ଦଶହରା ପରେ ନିର୍ବାଚନ ହେବ ଏଥି ନେଇ ଦିନ ତାରିଖ ବଦଳେଇବାରେ ଲାଗିପଡିଛନ୍ତି ଏଥିରୁ ତାଙ୍କର ମନ୍ଦ ଉଦ୍ଦେଶ୍ୟ ଥିବା ସଭ୍ୟ ମାନଙ୍କ ଭିତରେ ଆଲୋଚନାର ବିଷୟ ହୋଇଛି।
ଅକ୍ଟୋବର ୨୬ ତାରିଖ ରବିବାର ଦିନ ସକାଳ ୧୧ ଘଟିକାରେ ବିଜେବି ଫ୍ରେଣ୍ଡସ କାର୍ଯ୍ୟାଳୟରେ ସାଧାରଣ ପରିଷଦ ବୈଠକ ବସିଥିଲା ଏଥିରେ ପ୍ରାୟ ୧୦୨ ଜଣ ସଭ୍ୟ ଅଂଶଗ୍ରହଣ କରିଥିଲେ।ସଭାପତି ଦେବାଶିଷ ପଟ୍ଟନାୟକ ଜଣେ ଓକିଲଙ୍କ ଜରିଆରେ ଏବେର ସୋସାଇଟି ଆକ୍ଟ ଅନୁଯାୟୀ ନିର୍ବାଚନ ର ସମୟ ସମ୍ବନ୍ଧରେ ବିଭିନ୍ନ ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ କରିଥିଲେ କିନ୍ତୁ ଯେତେବେଳେ ଉପସ୍ଥିତ ସଭ୍ୟ ମାନେ ଦାବି କରିଥିଲେ ବିଜେବି ଫ୍ରେଣ୍ଡସ ବାଇଲ ଅନୁସାରେ ନିର୍ବାଚନ ପ୍ରକ୍ରିୟା ସ୍ଥିର କରାଯାଉ ଆଶ୍ଚର୍ଯ୍ୟର କଥା ଓକିଲ ମହାଶୟ କହିଲେ କିଛି ସମୟ ଦିଅନ୍ତୁ ବାଇଲ ପଢ଼ିକି ଉତ୍ତର ରଖିବି। ବାଇଲ ନ ପଢିକି ୧ ଘଣ୍ଟା କାଳ ଅଯଥା ବିଷୟରେ ଅଲୋଚନା କରାଯିବାରୁ ସଭାପତିଙ୍କ ମନ୍ଦ ଉଦ୍ଦେଶ୍ୟ ଥିବା ସ୍ପଷ୍ଟ ହୋଇଥିଲା। ଏପରିକି ବରିଷ୍ଠ ସଭ୍ୟ ମାନେ କହିଥିଲେ ଯେହେତୁ ଦୀର୍ଘ ୮ ବର୍ଷ ହେବ ନିର୍ବାଚନ ହୋଇନାହିଁ ଏଣୁ ପୂର୍ବ କାର୍ଯ୍ୟକର୍ତ୍ତା ଙ୍କୁ ଅସିଦ୍ଧ ଘୋଷଣା କରାଗଲା। ନଭେମ୍ବର ୨୩ ତାରିଖ ରବିବାର ନିର୍ବାଚନ କରିବାକୁ ଆପାତତଃ ସ୍ଥିର କରାଯାଇଛି । ନିର୍ବାଚନ ପରିଚାଳନା ପାଇଁ ଏକ ୩୫ ଜଣିଆ କମିଟି ଗଠନ କରାଯାଇଛି ଏବଂ କମିଟି ପକ୍ଷରୁ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ବିଶୋଇ,ସଞ୍ଜୟ ଚୌଧୁରୀ, ବୁଧିରାମ ସାହୁ ଓ ବିଶ୍ୱପ୍ରକାସ ପଟ୍ଟନାୟକଙ୍କୁ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟକରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ଦୀର୍ଘ ବର୍ଷ ପରେ ବିଜେବି ଫ୍ରେଣ୍ଡସ ରେ ନିର୍ବାଚନ ମାହୋଲ ସୃଷ୍ଟି ହୋଇଛି ଏଣୁ ସମସ୍ତ ବିଜେବି ଫ୍ରେଣ୍ଡସ ସଭ୍ୟଙ୍କ ମନରେ ନୁଆ ଆଶା ସଂଚାର ହୋଇଛି।